ଦୀପିକାଙ୍କ ପାଇଁ ଗାଇବେ ଗୀତ ରାନୁ ମଣ୍ଡଲ

ବିଗ୍ ପ୍ରୋଜେକ୍ଟରେ ମିଳିଲା ଚାନ୍ସ

ମୁମ୍ବାଇ :  ଫିଲ୍ମ ‘ସରୋଜିନୀ’ରେ ଦୀପିକା ଚିଖଲିୟା,ସରୋଜିନୀ ନାଇଡ଼ୁଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ଗୀତ ରାନୁ ମଣ୍ଡଲ ଗାଇବେ।
ଭିଡିଓ ସେୟାର କରି ଦୀପିକା ଚିଖଲିୟା ଲେଖିଛନ୍ତି ଯେ ,‘ ମୋ ଫିଲ୍ମ,ସରୋଜିନୀ,ଧୀରଜ ମିଶ୍ରାଙ୍କ ଦ୍ବାରା ଲେଖାଯାଇଛି। ଏହି ଫିଲ୍ମର ଗୀତକୁ ରାନୁ ମଣ୍ଡଲ ଗାଇବେ।’ ଭିଡିଓରେ ରାନୁ ମଣ୍ଡଲ କହୁଥିବାର ନଜର ଆସିଛନ୍ତି ଯେ ସେ ଧୀରଜ ମିଶ୍ରାଙ୍କ ଫିଲ୍ମ ସହ ଯୋଡ଼ି ହେବାକୁ ଯାଉଛନ୍ତି। ଫିଲ୍ମର ସବୁ ଗୀତରେ ତାଙ୍କରି କଣ୍ଠସ୍ବର ରହିବ। ତାଙ୍କୁ ଆଶା ରହିଛି ଯେ ତାଙ୍କୁ ସେହି ପ୍ରେମ ଏବଂ ସମ୍ମାନ ମିଳିବ ଯାହା ସମସ୍ତେ ତାଙ୍କୁ ଦେଇ ଆସିଛନ୍ତି।

ranu-mandal-singer
କିଛି ଦିନ ତଳେ ଖବର ଆସିଥିଲା ଯେ ରାନୁ ମଣ୍ଡଲଙ୍କ ଜୀବନରେ ପୁଣି ଥ​‌ରେ ଅନ୍ଧାର ଛାଇ ଯାଇଛି। ସେ ନିଜ ନୂଆ ଘର ଛାଡ଼ି ପୁରୁଣା ଘରକୁ ଚାଲି ଯାଇଛନ୍ତି। ରାନୁ ମଣ୍ଡଲଙ୍କ ପାଖରେ ଏବେ କାମ ନାହିଁ। ବଲିଉଡରେ କରୋନା ଭାଇରସ୍ ଯୋଗୁଁ କାମ ନ ମିଳିବା କାରଣରୁ ତାଙ୍କ ଆର୍ଥିକ ସ୍ଥିତି ମଧ୍ୟ ଖରାପ ହେବାକୁ ଲାଗିଛି।
୨୦୧୯ମସିହାରେ ରାନୁ ମଣ୍ଡଲଙ୍କ ଭାଗ୍ୟ ରାତାରାତି ବଦଳି ଯାଇଥିଲା। ରାନୁ ମଣ୍ଡଲଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ପ୍ରସିଦ୍ଧ ହୋଇଥିଲା,ଯେଉଁଥିରେ ସେ ଲତା ମଙ୍ଗେସକରଙ୍କ ଗୀତ ଗାଉଥିବା ନଜର ଆସିଛନ୍ତି।