ବାଲୁକାକଳାରେ ସୁଦର୍ଶନଙ୍କ ‘ଭୋଟ୍‌ ଫର ରାନୀ’

ପୁରୀ: ଭାରତୀୟ ମହିଳା ହକି ଟିମର କ୍ୟାପଟେନ ରାନୀ ରାମପାଲଙ୍କୁ ଭୋଟ ଦେବା ଲାଗି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ କଳାକୃତି ତିଆରି କରିଛନ୍ତି । ସୂଚନାଥାଉକି ରାନୀ ୨୦୧୯ ଓ୍ବାର୍ଲ୍ଡ ଗେମ୍ସ ଆଥେଲେଟ ପାଇଁ ମନୋନୀତ ହେଇଛନ୍ତି ।

ତେବେ ତାଙ୍କୁ ବିପୁଳ ପରିମାଣରେ ଭୋଟ ଦେବା ଲାଗି ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ସମସ୍ତଙ୍କୁ ଅପିଲ କରିଛନ୍ତି । ତେବେ ରାନୀ ଏନେଇ ତାଙ୍କୁ ଧନ୍ୟବାଦ ଜଣାଇବା ସହ ବାଲୁକା କଳାଟି ସୁନ୍ଦର ହୋଇଥିବା କହିଛନ୍ତି ।