ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆଇଟମ୍ ଗାର୍ଲ ରାନୀ ହେଲେ ୫୦ ହଜାର ଟଙ୍କା

ଭୁବନେଶ୍ୱର: କୋରୋନା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପାଣ୍ଠି ଘୋଷଣା କରି ନିଜେ ୩ମାସର ଦରମା ଦାନ କରିଥିବାବେଳେ ବିଧାୟକ, ସାଂସଦ ଓ ବଡ଼ ବଡ଼ ଷ୍ଟାର ମାନେ ସହଯୋଗର ହାତ ବଢ଼ାଉଛନ୍ତି । ତେବେ ଏଭଳି ସମୟରେ ଯଲିଉହର ବିବାଦୀୟ ଆଇଟମ୍ ଗାର୍ଲ ରାନୀ ପଣ୍ଡା ମଧ୍ୟ ଏଥିରେ ସାମିଲ ହୋଇଯାଇଛନ୍ତି । ରାନୀ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୫୦ ହଜାର ଟଙ୍କା ଦାନ କରିଥିବା ନେଇ ନିଜେ ସୋସିଆଲ ମିଡିଆରେ ଭିଡିଓ ସେୟାର କରିଛନ୍ତି ।

ଭିଡିଓରେ ରାନୀ କହୁଛନ୍ତି,  ମୁଁ ଆପଣଙ୍କର ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା। ଏପରି ଘଡିସନ୍ଧି ମୁହୂର୍ତରେ ମୁଁ ‘କୋରୋନା’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସ୍ୱ ଇଚ୍ଛାରେ ୫୦,୦୦୦ ଟଙ୍କା ଦାନ କରିଛି। ଏ ଟଙ୍କା ମୋ’ ଓଡ଼ିଶାର ଅଗଣିତ ଜନତାଙ୍କ ପାଇଁ ଓ ମୋ ଦର୍ଶକବନ୍ଧୁଙ୍କ ପାଇଁ। ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ସମସ୍ତେ ଭଲରେ ରୁହନ୍ତି। ସରକାରଙ୍କ ନିୟମ ମାନି ଚଳନ୍ତୁ। ପୋଲିସ ସହ ଝଗଡା ନକରି ତାଙ୍କୁ ସହଯୋଗ କରନ୍ତୁ। ମୁଁ ଆଶା କରୁଛି, ଆମେ ନିୟମ ମାନି ଚାଲିିଲେ  ‘କୋରୋନା’ ଦାଉରୁ ରକ୍ଷା ପାଇପାରିବା।”