ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ : ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଖବର ଅନୁଯାୟୀ ରଣଦୀପ ତାଙ୍କର ଗୋଟିଏ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବୁଧବାର ସକାଳେ ରଣଦୀପ ହୁଡ୍ଡାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଯଦିଓ କାହିଁକି ଏବଂ କେବେ ରଣଦୀପ ହୁଡ୍ଡାଙ୍କର ଏହି ଅସ୍ତ୍ରୋପଚାର ହେବ ସେ ବିଷୟରେ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଡାକ୍ତରଖାନାରେ ପହଞ୍ଚିବା ପରେ ରଣଦୀପଙ୍କ କରୋନା ପରୀକ୍ଷା ମଧ୍ୟ କରାଯାଇଛି । ସୂଚନା ଅନୁଯାୟୀ ବୁଧବାର ସକାଳେ ରଣଦୀପଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ଏକ ବଡ ଧରଣର ଅସ୍ତ୍ରୋପଚାର କରାଯିବ ।

୪୪ ବର୍ଷୀୟ ରଣଦୀପ ହୁଡ୍ଡା ନିଜର ଚମତ୍କାର ଅଭିନୟ ପାଇଁ ଜଣାଶୁଣା । ସେ ପ୍ରାୟତଃ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । କିଛି ଦିନ ପୂର୍ବରୁ ରଣଦୀପ ନେଟଫ୍ଲିକ୍ସ ଫିଲ୍ମ ‘ଏକ୍ସଟ୍ରାକସନ୍’ରେ ଅଭିନୟ କରିଥିଲେ । ଏହି ଆକ୍ସନ୍ ଫିଲ୍ମରେ ଓଲିଉଡ୍ ତାରକା କ୍ରିସ୍ ହେମସୱର୍ଥ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।