୬ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି, ଦେଖନ୍ତୁ ଭିଡିଓ କେମିତି ଆସୁଛି ବର୍ଷା

ଭୁବନେଶ୍ୱର : ଅସନ୍ତା ସପ୍ତାହରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ୪ରୁ ୫ଦିନ ମଧ୍ୟରେ ଦକ୍ଷିଣ ଓଡିଶାରେ ଏହି ବର୍ଷା ହୋଇପାରେ । ଦକ୍ଷିଣ- ପଶ୍ଚିମ ମୈସୁମୀବାୟୁର ପ୍ରଭାବରେ ଏହି ବର୍ଷା ହେବା ଆଶଙ୍କା ରହିଛି । ହେଲେ ଉତ୍ତର ଓଡିଶାରେ ବର୍ଷାର ସମ୍ଭାବନା ନଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଆସନ୍ତା ୨୪ ଘଣ୍ଟା ଭିତରେ ମାଲକାନାଗିରି,କୋରାପୁଟ,ରାୟଗଡା,ଗଜପତି,ଗଞ୍ଜାମ,ପୁରୀ ଆଦି ଜିଲ୍ଲାରେ ଘଡଘଡି ଓ ବିଜୁଳି ସହ ବର୍ଷା ହେବା ଆଶଙ୍କା ରହିଛି । ଘଡ ଘଡି ସତର୍କତା ରହିଥିବାରୁ ଏହି ଜିଲ୍ଲାମାନଙ୍କରେ ଲୋକେ ସତର୍କ ରହିବାକୁ ସୂଚନା ଦିଆଯାଇଛି । ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ ।