ଆଜିଠାରୁ ଆରମ୍ଭ ହେଲା ରମଜାନ୍‌: ମସଜିଦ୍ କୁ ନ ଯାଇ ଘରେ ନମାଜ ପଢ଼ିବାକୁ ପରାମର୍ଶ

ଭୁବନେଶ୍ୱର:ଆଜିଠୁ ଆରମ୍ଭ ହୋଇଛି ରମ୍‌ଜାନ ମାସ ।  ଚଳିତ ରମ୍‌ଜାନ ମାସରେ ହେବନାହିଁ ସମୂହ ନମାଜ ପାଠ। ମସଜିଦ୍‌ରେ ସମୂହ ନମାଜ ପାଠ ଉପରେ ଲାଗିଛି କରୋନା କଟକଣା ।

ଆଜିଠୁ ମାସରେ ରମ୍‌ଜାନ ପାଳନ ହେବ। କିନ୍ତୁ ମସଜିଦ୍‌ରେ ସମୂହ ନମାଜ ପାଠ ହେବନାହିଁ। କରୋନା କଟକଣା ଯୋଗୁଁ ଲୋକେ ଘରେ ରହି ନମାଜ ପାଠ କରିବାକୁ ପରାମର୍ଶ ଜାରି କରାଯାଇଛି। ଏହାସହ ଇଫ୍‌ତାର ପାର୍ଟି ପାଳନ ଉପରେ ମଧ୍ୟ କଟକଣା ଜାରି ହୋଇଛି। ଭୁବନେଶ୍ୱରରେ ଛୋଟ ବଡ଼ ମୋଟ ୧୨ଟି ମସ୍‌ଜିଦ୍‌ ରହିଛି। ଲକ୍‌ ଡାଉନ୍ ଚାଲିଥିବାରୁ ମେ ୩ ଯାଏଁ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି।

ରାଜ୍ୟର ସମସ୍ତ ମସଜିଦ ବନ୍ଦ୍ ରହିଛି । ତେଣୁ ଘରେ ରହି ନମାଜ ପଢିବାକୁ କୁହାଯାଇଛି । ଜନଗହଳି ଓ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ତେବେ ଏହି ଥର ବଜାରରେ ମଧ୍ୟ କରୋନା କଟକଣା ଯୋଗୁଁ ରମ୍‌ଜାନ ପାଇଁ ସମସ୍ତ ଜିନିଷ ଉପଲବ୍ଧ ହୋଇପାରୁନାହିଁ ।