ଖୋଲିଲା ମୃତ୍ୟୁର ରହସ୍ୟ : ୩୦ହଜାର ଟଙ୍କା ଟଙ୍କା ଦେଣନେଣକୁ ନେଇ ଝରାଫୁଲକୁ ହତ୍ୟା

ଯାଜପୁର : ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣା। ଫେରାର ଅଭିଯୁକ୍ତ ଶକ୍ତି ଶେଖର ସ୍ୱାଇଁ ଗିରଫ ପରେ ଖୋଲିଲା ମୃତ୍ୟୁର ରହସ୍ୟ। ଏ ନେଇ ସୂଚନା ଦେଇଛନ୍ତି ଯାଜପୁର ଏସପି କହିଛନ୍ତି, ଟଙ୍କା ଦେଣନେଣକୁ ନେଇ ହତ୍ୟା କରିଥିବା କହିଛି ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ ରାକେଶ ସ୍ୱାଇଁ। ପାଖାପାଖି ୩୦ହଜାର ଟଙ୍କା ଝରାଫୁଲଠାରୁ ନେଇଥିଲା ରାକେଶ। ପରବର୍ତ୍ତି ସମୟରେ ଝରଫୁଲ ପଇସା ମାଗିବାରୁ ହତ୍ୟାକରିବାକୁ ଯୋଜନା କରିଥିଲା ରାକେଶ। ଝରାଫୁଲ ବାରମ୍ବାର ଟଙ୍କା ମାଗିବା ସହ ଘରେ କହିଦେବାକୁ ଧମକ ଦେଇଥିଲା। ଝରାଫୁଲର ଧମକ୍‌ରେ ଅତିଷ୍ଟ ହୋଇପଡ଼ିଥିଲା ରାକେଶ। ଧମକ ପରେ ପରାକେଶର ପ୍ରେମ ଷଡ଼ଯନ୍ତ୍ରରେ ପରିଥତ ହୋଇଥିଲା। ଏହାପରେ ଝରାଫୁଲକୁ ମାରିବା ପାଇଁ ରାକେଶ କରିଥିଲଶ ପ୍ଲାନ୍‌।

ପ୍ଲାନ୍‌ ମୁତାବକ ଜାନୁଆରୀ ୨୬ ତାରିଖ ରାତିରେ ଝରାଫୁଲକୁ ହୋଟେଲ ନେଇଥିଲା ରାକେଶ। ହୋଟେଲରେ ମଦ ପିଇବାକୁ ଦେବାପରେ ଶ୍ୱାସରୁଦ୍ଧ କରି ଝରାଫୁଲଙ୍କୁ ରାକେଶ ହତ୍ୟା କରିଥିଲା ବୋଲି କହିଛନ୍ତି ଯାଜପୁର ଏସପି। ଜାନୁଆରୀ ୨୭ ତାରିଖ ଦିନ ଯାଜପୁର ଜିଲ୍ଲା କୁଆଖିଆ ଥାନା ରାଜେନ୍ଦ୍ରପୁର ନିକଟ ରାସ୍ତା କଡ଼ରୁ ଝରାଫୁଲ ନାୟକଙ୍କ ମୃତଦେହ ମିଳିଥିଲା। ପରେ ଏକ ସିସିଟିଭି ଫୁଟେଜକୁ ଆଧାର କରି କୁଆଖିଆ ପୋଲିସ୍‌ ତଦନ୍ତ କରିଥିଲା।

ଏହାପରେ ଝରାଫୁଲଙ୍କ ବାପା କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିବା ସହ ରାକେଶ ସ୍ୱାଇଁ ନାମକ ଯୁବକର ସଂପୃକ୍ତି ନେଇ ସୂଚନା ଦେଇଥିଲେ। ପୋଲିସ ସେହି ଦିଗରେ ତଦନ୍ତ କରିଥିଲା। ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଭୁବନେଶ୍ୱରରୁ ଗିରଫ କରାଯାଇଥିଲା। ଯାଜପୁର ପୋଲିସ ତାକୁ ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ଏବେ ସେ ଯାଜପୁର ସବ୍ ଜେଲରେ ରହିଛି।

ramadebi student jharaphula murder update