ରାମ ଗୋପାଲଙ୍କ ‘ଥ୍ରୀଲର’ରେ ଜଲୱା ଦେଖାଇବେ ଓଡିଆ ପୁଅ-ଝିଅ

ଭୁବନେଶ୍ୱର: ଲୋକପ୍ରିୟ ନିର୍ମାତା ରାମ ଗୋପାଲ ବର୍ମା କିଛି ଦିନ ହେବ ନିଜ ଆଗାମୀ ଫିଲ୍ମ ‘ଥ୍ରୀଲର’କୁ ନେଇ ଚର୍ଚ୍ଚାରେ। ଯେଉଁଥିରେ ଓଡିଶା ଝିଅ ଅପସରା ରାଣୀଙ୍କ ଜଲୱା ଦେଖିବେ ଦର୍ଶକ। ନିକଟରେ ଅପସରା ରାଣୀଙ୍କ କିଛି ବୋଲ୍ଡ ଫଟୋ ସେୟାର କରି ସେ ନିଜ ଫିଲ୍ମରେ ତାଙ୍କୁ କାଷ୍ଟ କରିବା କଥା ଘୋଷଣା କରିଥିଲେ। ଆଉ ଏବେ ସେହିପରି ଫିଲ୍ମର ମେଲ ଆକ୍ଟରଙ୍କ ନାମ ଘୋଷଣା କରି ସେ ଚର୍ଚ୍ଚାରେ। କାରଣ ‘ଥ୍ରୀଲର’ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଓଡିଆ ପୁଅ ରକ କାଚ୍ଚି । ଯାହାଙ୍କ ଅନେକ ଫଟୋ ରାମ ଗୋପାଲ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ସେ ରକ କାଚ୍ଚିଙ୍କ ସହ ଅପସରାଙ୍କର କିଛି ବୋଲ୍ଡ ଫଟୋ ସେୟାର କରି ଚର୍ଚ୍ଚାରେ। ସେହିପରି ଏକ ଟୁଇଟ କରି ରାମ ଗୋପାଲ ଲେଖିଛନ୍ତି, ‘ଧନ୍ୟବାଦ ଅପସରା । ମୁଁ ଆଉ ଜଣେ ପ୍ରତିଭାଙ୍କୁ ମୋ ଫିଲ୍ମ ପାଇଁ ଖୋଜି ପାଇଛି। ଯାହାଙ୍କ ନାମ ରକ। ସେ ‘ଥ୍ରୀଲର’ ରେ ଅପସରାଙ୍କ ଅପୋଜିଟରେ ନଜର ଆସିବେ।’

ପ୍ରକାଶ ଥାଉକି ରକ ନବରଙ୍ଗପୁରର ପୁଅ । ଯିଏ ରାମୁଙ୍କ ‘ଥ୍ରୀଲର’ ଫିଲ୍ମ ଜରିଆରେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ଏହା ତାଙ୍କ ଡେବ୍ୟୁ ଫିଲ୍ମ। ନିକଟରେ ରାମ ଗୋପାଳ ଓଡିଶାକୁ ନେଇ ଟୁଇଟ କରିବା ପରେ ଟ୍ରୋଲର୍ସଙ୍କ ଶିକାର ହୋଇଥିଲେ।