ନିଜର କେଇଁ ଅଙ୍ଗ ଦାନ କରିବାକୁ କହି ଟ୍ରୋଲ ହେଲେ ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ ,ପଢନ୍ତୁ ଖବର ଦେଖନ୍ତୁ ଭିଡିଓ

ମୁମ୍ବାଇ : ଅଙ୍ଗଦାନ ମହାପୂଣ୍ଣ । ଏମିତି ସ୍ଲୋଗାନ ଦେଇ ଅଙ୍ଗଦାନ ଲାଗି ସଚେତନତା କରାଯାଉଛି । ଖାସ କରି ଆଖି,କିଡିନି ଏବଂ ଫୁସ ଫୁସ ଦାନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ହେଲେ ୍ଭିନେତ୍ରୀ ରାକ୍ଷୀ ସାଓାନ୍ତ ଅଙ୍ଗ ଦାନ କରିବାକୁ ସଚେତନତା ସୃଷ୍ଟି ଉଦେଶ୍ୟରେ ଏମିତି କଥା କହିଛନ୍ତି ଯାହା ଏବୈେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନିଜର ସୁନ୍ଦର ସ୍ତନ କୁ ଦାନ କରିବାକୁ ଚାହିଁଛନ୍ତି ରାକ୍ଷୀ ।
ବଲିଉଡ୍‌ର ସବୁଠାରୁ ବିବାଦୀୟ ଅଭିନେତ୍ରୀ ହେଉଛନ୍ତି ରାକ୍ଷୀ ସାଓ୍ଵନ୍ତ । କୌଣସି ବିଷୟକୁ ନେଇ ସେ ଯେଉଁ ମତ ରଖନ୍ତି; ତାହାକୁ ନେଇ ପରେ ବିବାଦ ସୃଷ୍ଟି ହେବା ସହ ନିଜକୁ ବିବାଦରେ ରଖିବା ପାଇଁ ସେ ଭଲ ପାଆନ୍ତି ପୂର୍ବରୁ ସେ ଅନେକ ଥର ସ୍ୱୀକାର କରିଛନ୍ତି । ନିକଟରେ ନିଜ ଶରୀରର ଅଙ୍ଗ ଦାନ କରିବା ପାଇଁ ସେ ଇନ୍‌ଷ୍ଟାରେ ଯେଉଁ ଭିଡ଼ିଓ ସେୟାର କରିଛନ୍ତି, ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।
ଭିଡ଼ିଓରେ, ଅଙ୍ଗଦାନ ମହାପୁଣ୍ୟ । ସମସ୍ତଙ୍କୁ ନିଜ ନିଜର ଅଙ୍ଗଦାନ କରିବା ଦରକାର । କିଛି ଲୋକ ଆଖି, କିଏ କିଡ଼୍ନି ତ କିଏ ଫୁସ୍‌ଫୁସ୍‌ ଦାନ କରିଥାନ୍ତି । ସେମିତି ମୁଁ ମଧ୍ୟ କିଛି ଦାନ କରିବାକୁ ଚାହୁଁଛି । ମୋ ପାଖରେ ମୋ ସ୍ତନ ଅପେକ୍ଷା ଆଉ କିଛି ଦାନ କଲା ଭଳି ଜିନିଷ ନାହିଁ । ଯିଏ ନେବାକୁ ଚାହିଁବେ, ମୁଁ ମୋ ସ୍ତନ ଦାନ କରିବି । ଦେଖିବା ଏହା କାହାକୁ ମିଳୁଛି ବୋଲି କହି ଭିଡ଼ିଓ ସେୟାର କରିଥିଲେ ରାକ୍ଷୀ ।
ତେବେ, ଏହି ଭିଡ଼ିଓ ଭାଇରାଲ ହେବା ପରେ କିଛି ଲୋକ ତାଙ୍କୁ ପାଗଳ ବୋଲି କହିବା ସହ କିଛି ତାଙ୍କୁ ଭୁଲ୍‌ରେ ବି ନିଜ ମୁଣ୍ଡ କାହାକୁ ଦାନ କରିବନି ବୋଲି କହିଥିବା ଦେଖା ଯାଇଛି ।