ରାକ୍ଷୀ ସାୱନ୍ତ ମହିଳାଙ୍କ ପାଇଁ କେମିତିଆ ଅନ୍ତଃବସ୍ତ୍ର ଚାହୁଁଛନ୍ତି ,କାହାକୁ ତିଆରି କରିବାକୁ କରିଛନ୍ତି ଅନୁରୋଧ..ପଢନ୍ତୁ

ମୁମ୍ବାଇ : ବିଭିନ୍ନ ପ୍ରଂସଙ୍ଗରେ ମତ ଦେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଆଜି ଅନ୍ତଃବସ୍ତ୍ର ଉପରେ ମତ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ହର୍ବାଲ୍‌ ଅନ୍ତଃବସ୍ତ୍ର ତିଆରି ହେବାର ଆବଶ୍ୟକତା ଉପରେ ମତ ରଖିଛନ୍ତି ରାକ୍ଷୀ । ହର୍ବାଲ୍‌ ଅନ୍ତଃବସ୍ତ୍ର ତିଆରି କରିବାକୁ କହି ଏଥର ଯୋଗଗୁରୁ ରାମଦେବଙ୍କୁ ଟାର୍ଗେଟ କରିଛନ୍ତି ରାକ୍ଷୀ ।

ସବୁ ପ୍ରକାଶ ଦେଶୀ ଦ୍ରବ୍ୟ ପ୍ରସ୍ତୁତ କରିଥିବା ବାବା ରାମଦେବଙ୍କୁ ଏମିତି କିଛି ହର୍ବାଲ ପ୍ରଡକ୍ଟ ପ୍ରସ୍ତୁତ ପାଇଁ ନିବେଦନ କରିଛନ୍ତି ରାକ୍ଷୀ ସାୱନ୍ତ ଏହାକୁ ନେଇ ଚର୍ଚ୍ଚା ଯୋର ଧରିଛି ।

ହର୍ବାଲ୍‌ ଅନ୍ତଃବସ୍ତ୍ର ତିଆରି ପାଇଁ ବାବା ରାମଦେବଙ୍କୁ ସେ ଅନୁରୋଧ କରିଛନ୍ତି । ସର୍ବଦା ନିଜ ଅଜବ ବୟାନବାଜି ପାଇଁ ଚର୍ଚ୍ଚାରେ ରହି ଆସିଥିବା ବଲିଉଡ୍‌ର ଡ୍ରାମା କୁଇନ୍‌ ରାକ୍ଷୀଙ୍କ ଏହି ବୟାନ୍‌ ଏବେ ସୋଶାଲ ମିଡିଆରେ ପୁଣି ଚର୍ଚ୍ଚାରେ ।

#metoo କ୍ୟାମ୍ପେନ୍‌ରେ ତନୁଶ୍ରୀ ଦତ୍ତାଙ୍କ ବିଷୟରେ ଓଲଟାସିଧା କହୁଥିବ ରାକ୍ଷୀ ବର୍ତ୍ତମାନ ବାବା ରାମଦେବଙ୍କୁ ସିଧା ଟାର୍ଗେଟ୍‌ କରିଛନ୍ତି। ରାକ୍ଷୀ ନିଜ ବୟାନ୍‌ରେ କହିଛନ୍ତି, “ବାବା ରାମଦେବ ମହିଳାଙ୍କ ପାଇଁ ଭେଜିଟେରିଆନ୍‌ ଅନ୍ତଃବସ୍ତ୍ର ତିଆରି କରନ୍ତୁ। ଏହା ସହିତ ଏହି ଅନ୍ତଃବସ୍ତ୍ରରେ ସେନ୍‌ସର୍‌ ବ୍ୟବହାର କରନ୍ତୁ, ଯାହା ମହିଳାଙ୍କୁ ସୁରକ୍ଷା ଦେବ ଓ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ କିମ୍ବା ବୟ୍‌ଫ୍ରେଣ୍ଡ୍‌ ଆଖିର ରେଟିନାକୁ ଚିହ୍ନିପାରି ଆପେ ଆପେ ଖୋଲିଯିବ।”

ରାକ୍ଷୀଙ୍କ ଏପରି ମତକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି ।