ରାଜ୍ୟସଭା ନିର୍ବାଚନ; ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ଦେବେ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ୱର: ଆଜି ରାଜ୍ୟସଭା ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ। ଯେଉଁ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିବାକୁ ଚାହିଁବେ ପ୍ରତ୍ୟାହାର କରିପାରିବେ। ଏହା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ।

ଯେହେତୁ ବିଜେଡିର ୪ ଜଣ ପ୍ରାର୍ଥୀ ମଇଦାନରେ ରହିବା ନିଶ୍ଚିତ ତେଣୁ ସେମାନେ ହିଁ ରାଜ୍ୟସଭା ଯିବା ସୁନିଶ୍ଚିତ। ଆଜି ରିଟର୍ଣ୍ଣିଂ ଅଫିସର ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ ଫଳାଫଳ ମଧ୍ୟ ଘୋଷଣା କରିବେ। ଏଥି ସହିତ ସାର୍ଟିଫିକେଟ ପ୍ରଦାନ କରିବେ।