ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି;ଆଜିଠାରୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶାର ୪ଟି ଆସନ ଖାଲି ପଡିଥିବା ନେଇ ପ୍ରକାଶ ପାଇଛି ଏହି ବିଜ୍ଞପ୍ତି । ବିଜ୍ଞପ୍ତି ଅନୁଯାୟୀ, ଆଜିଠାରୁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ । ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୧୩ ରହିଛି । ୨୬ରେ ହେବ ନିର୍ବାଚନ ।

୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ନିର୍ବାଚନ କରିବାକୁ କିଛି ଦିନ ତଳେ ନିର୍ବାଚନ କମିଶନ ଘୋଷଣା କରିଥିଲେ। ସଂଖ୍ୟା ଦୃଷ୍ଟିରୁ ବିଜେଡି ଖାତାକୁ ୩ଟି ରାଜ୍ୟସଭା ଆସନ ଯିବା ନିଶ୍ଚିତ। ଚତୁର୍ଥ ଆସନ ପାଇଁ ଟଣାଓଟରା ଲାଗି ରହିଛି। ବିଜେଡି-ବିଜେପି ସହମତିରେ ପ୍ରାର୍ଥୀ ଦେବେ ନା ବିଜେଡି ଏହି ଆସନ ଏକାକୀ ହାସଲ କରିବାକୁ ଚାହିଁବ,ତାକୁ ନେଇ ନାନା ଚର୍ଚ୍ଚା ଲାଗି ରହିଛି।