ପ୍ରବଳ ହଟ୍ଟଗୋଳରେ ରାଜ୍ୟସଭାରେ ପାରିତ ହେଲା କୃଷି ବିଲ୍‌

ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହେଲା କୃଷି ବିଲ । ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଲକୁ ପାରିତ କରାଯାଇଛି । କୃଷି ବିଲ ଆଲୋଚନା ସମୟରେ ରାଜ୍ୟସଭା ସମୟ ବୃଦ୍ଧିକୁ ନେଇ ଗୃହରେ ହଙ୍ଗାମା କରିଥିଲେ । ଗୃହ ମଧ୍ୟଭାଗକୁ ଆସି ବିରୋଧୀ ହୋହ୍ଲାଲା କରିଥିଲେ । ତେବେ ଧ୍ବନୀ ମତରେ ରାଜ୍ୟସଭାରେ ବିଲ ପାରିତ ହୋଇଛି । ଏହା ପୂର୍ବରୁ ଲୋକସଭାରେ ପାରିତ ହୋଇଛି ବିଲ । ତେବେ ଏହି ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ବିରୋଧୀଙ୍କ ଦାବିକୁ ଅଗ୍ରାହ୍ୟ କରାଯାଇଛି ।

କୃଷି ବିଲ ଆଲୋଚନା ସମୟରେ ରାଜ୍ୟସଭା ସମୟ ବୃଦ୍ଧିକୁ ନେଇ ଗୃହରେ ହଙ୍ଗାମା ହୋଇଥିଲା । ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ ବିରୋଧୀ । ବିଲ୍‌ ପାରିତ ପାଇଁ ଶାସକ ଦଳ ସମୟ ବୃଦ୍ଧି କରିଥିବାବେଳେ ଏହାକୁ ବିରୋଧୀଙ୍କ ଜୋରଦାର ବିରୋଧ । କାରଣ ଗୃହକାର୍ଯ୍ୟ ଦିନ ୧ଟା ପରେ ସମାପ୍ତ ହେଉଥିଲା।

ଆଜି ସଂସଦରେ ମୌସୁମୀ ଅଧିବେଶର ସପ୍ତମ ଦିନରେ ରାଜ୍ୟସଭାରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ୩ଟି କୃଷି ବିଧେୟକ ଆଗତ କରିଥିଲେ । ସେଗୁଡିକ ହେଲା କୃଷି ଉତ୍ପାଦ ବ୍ୟବସାୟ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁବିଧା) ବିଲ- ୨୦୨୦, ମୂଲ୍ୟ ଆଶ୍ୱାସନ ଏବଂ କୃଷି ସେବା ଉପରେ କୃଷକ(ସଶକ୍ତିକରଣ ଓ ସୁରକ୍ଷା) ଚୁକ୍ତି ବିଲ-୨୦୨୦ । ବିଲ ସପକ୍ଷରେ ରାଜ୍ୟ ସଭାରେ ଯୁକ୍ତି ବାଢି କହିଥିଲେ ଏହି ୨ଟି ବିଲ ଐତିହାସିକ ଏବଂ ଚାଷୀଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବ ବୋଲି ସେ କହିଥିଲେ । ଏପରିକି ଚାଷୀ ନିଜର ଉତ୍ପାଦକ ଦେଶର ଯେକୌଣସି ସ୍ଥାନରେ ବିକ୍ରି କରିପାରିବ ବୋଲି କୃଷିମନ୍ତ୍ରୀ ସୂଚନା ଦେଇଥିଲେ । ଏହି ବିଲକୁ ନେଇ ଭୁଲ ଧାରଣା ସୃଷ୍ଟି କରାଯାଉଥିବା ନେଇ ମନ୍ତ୍ରୀ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ ।

ଏହି ବିଲକୁ ଅନ୍ୟ ବିରୋଧୀଙ୍କ ସମେତ ବିଜେଡି ମଧ୍ୟ ବିରୋଧ କରିଥିଲା । ଆଲୋଚନାରେ ଭାଗ ନେଇ ଏହି ବିଲକୁ ବିଜେଡି ସାଂସଦ ଅମର ପଟ୍ଟନାୟକ ବିରୋଧ କରିଥିଲେ । ବିଲରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇନଥିବା ବିଜେଡି ଦର୍ଶାଇଛି । ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଛି ଦଳ । ବିଲ ଉପସ୍ଥାପନା ସମୟରେ ଗୃହରେ କଂଗ୍ରେସ ଟିଏମସି ଓ ଆମ ଆଦମୀ ପାର୍ଟି ଏହାକୁ ବିରୋଧ କରିଥିଲେ ।

ଆମ୍ ଆଦମୀ ପାର୍ଟି ସାଂସଦ କହିଥିଲେ, ଏହି ବିଲ୍ ମାଧ୍ୟମରେ କୃଷକମାନଙ୍କୁ ପୁଞ୍ଜିପତିଙ୍କୁ ହସ୍ତାନ୍ତର କରାଯାଉଛି। ଏହା ଏକ କଳା ନିୟମ । ତେଣୁ ଦଳ ପକ୍ଷରୁ ସେ ଏହାକୁ ବିରୋଧ ଜଣାଇଥିଲେ । ସେହିପରି କଂଗ୍ରେସ ମଧ୍ୟ କୃଷକଙ୍କ ଡେଥୱାରେଣ୍ଟରେ ହସ୍ତାନ୍ତର କରି ନାହିଁ ବୋଲି ଜଣାଇଥିଲେ । ସେପଟେ ଏହି ବିଲକୁ ବିରୋଧ କରି ଦେଶବ୍ୟାପୀ କୃଷକମାନେ ବିକ୍ଷୋଭ କରି ଆସୁଛନ୍ତି । କୃଷକଙ୍କ ବିରୋଧକୁ ସମର୍ଥନ କରି କେନ୍ଦ୍ରମନ୍ତ୍ରୀ ହରସିମତ କୌର ପଦରୁ ଇସ୍ତଫା ଦେଇଛନ୍ତି।