ଦଳିତଙ୍କ ଜମି ହାତେଇବା ଘଟଣା : ଜୟ-ଜଗି ଦଣ୍ଡ ପାଇବା ଆବଶ୍ୟକ- ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର
"ହାଇକୋର୍ଟ ଜଗି-ଜୟଙ୍କ ଆବେଦନ ଖାରଜ କରି ସେମାନଙ୍କ ଖସି ଯିବାର ସୁଯୋଗକୁ ପଣ୍ଡ କରିଛନ୍ତି"
ଭୁବନେଶ୍ୱର: ଦଳିତଙ୍କ ଜମି ହାତେଇବା ଘଟଣାରେ ହାଇକୋର୍ଟରେ ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ଆବେଦନ ଖାରଜ ହୋଇଛି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର କହିଛନ୍ତି, ହାଇକୋର୍ଟ ଜଗି-ଜୟଙ୍କ ଆବେଦନ ଖାରଜ କରି ସେମାନଙ୍କ ଖସି ଯିବାର ସୁଯୋଗକୁ ପଣ୍ଡ କରିଛନ୍ତି । ଏହାସହ ରଦ୍ଦ ହୋଇଛି ଜଗି ଓ ଜୟ ଆନ୍ତରୀଣ ସୁରକ୍ଷା । ଦଳିତଙ୍କୁ ଏବେ ନ୍ୟାୟ ମିଳିବ ବୋଲି ଆଶା ପ୍ରକଟ କରିଛନ୍ତି ସସ୍ମିତ ପାତ୍ର ।
Hon'ble Orissa High Court dismissed Jay & Jagi Panda's (Odisha Infratech Pvt Ltd) plea to quash the criminal proceedings and investigation in Sarua Dalit Land Scam case. Hon'ble Court also removes their protection from arrest, leaving them open to arrest. pic.twitter.com/xE1DhCO0Ur
— Dr. Sasmit Patra I ଡ଼ଃ ସସ୍ମିତ ପାତ୍ର (@sasmitpatra) November 21, 2020
ସେହିଭଳି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଛନ୍ତି ହାଇକୋର୍ଟ ଆବେଦନ ଖାରଜ କରି ଗିରଫଦାରୀ ନିଶ୍ଚିତ କରିଛନ୍ତି, ଆଇନକୁ ଜଗି ଓ ଜୟ ତୁଚ୍ଛ ମଣୁଥିଲେ ବୋଲି କହିଛନ୍ତି ଅମର ।
ସୂଚନାଯୋଗ୍ୟ, ହାଇକୋର୍ଟରେ ୟ-ଜଗିଙ୍କ ଆବେଦନ ଖାରଜ ହେବ ପରେ ତାଙ୍କ ବଡ଼ ଝଟ୍କା ଲାଗିଛି । ଆଇନଜୀବୀଙ୍କ କହିବାନୁଯାୟୀ ବର୍ତ୍ତମାନ ପରିସ୍ଥିତିରେ ଯଦି ତଦନ୍ତକାରୀ ସଂସ୍ଥା ଚାହିଁବେ ତେବେ ଜୟ-ଜଗିଙ୍କୁ ଜମି କେଳେଙ୍କାରୀ ଘଟଣାରେ ଗିରଫ କରିପାରିବେ ।
ଜୟ-ଜଗିଙ୍କ ନାଁରେ, ଚଞ୍ଚକତା କରି ଦଳିତଙ୍କ ଜମି ହଡପ ଭଳି ସଙ୍ଗୀନ ଅଭିଯୋଗ ରହିିଛି । ଆଇନର ଆଶ୍ରୟ ନେଇ ସେ ଆଜି ଯାଏ ଗିରଫଦାରୀକୁ ଏଡ଼ାଇ ଆସୁଥିଲେ । ହେଲେ ଏବେ ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରିଦେଇଛନ୍ତି । ଆଇନ ବିଶାରଦଙ୍କ ମତରେ ଜଗି ଓ ବୈଜୟନ୍ତ ପଣ୍ଡାଙ୍କ ପାଇଁ ସବୁ ରାସ୍ତା ବନ୍ଦ । ତେବେ ଦୁଇ ଦିନ ହେବ ଜୟ-ଜଗିଙ୍କ ସହ ଯୋଗାଯୋଗ ଫେଲ୍ ହୋଇଛି । ସେମାନେ ଏବେ କେଉଁଠି ଅଛନ୍ତି ତାହା କେହି ଜାଣି ନାହାନ୍ତି ।