କୋରୋନା ପାଇଁ ରାଜ୍ୟସଭା ନିର୍ବାଚନ ସ୍ଥଗିତ

ନୂଆଦିଲ୍ଲୀ: କୋରୋନା ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟସଭା ନିର୍ବାଚନ ସ୍ଥଗିତ ପାଇଁ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । କୋରୋନା ପାଇଁ ଦେଶର ରାଜଧାନୀ ଦିଲ୍ଲୀ ସମ୍ପୂର୍ଣ୍ଣ ଲକ ଡାଉନ ରହିଛି । ଏନେଇ ରାଜ୍ୟସଭା ନିର୍ବାଚନ ସ୍ଥଗିତ ରଖିବାକୁ ନିଷ୍ପତି ନିଆଯାଇଛି । ଆସନ୍ତା ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବାର ଥିଲା।

ରାଜ୍ୟସଭାରେ ୫୫ ଟି ଆସନ ପାଇଁ ମାର୍ଚ୍ଚ ୨୬ରେ ଅନୁଷ୍ଠିତ ହେବାକୁ ଥିଲା ନିର୍ବାଚନ । ବିନା ଭୋଟିଂରେ ୩୭ ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇସାରିଛନ୍ତି । ପରବର୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଅବଶିଷ୍ଟ ୧୮ ଟି ଆସନ ପାଇଁ ହେବାକୁ ଥିବା ନିର୍ବାଚନ ନେଇ ନିଷ୍ପତି ନିଆଯିବ ।