ଆସନ୍ତା କାଲି ଲଦାଖ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ପରେ ଆସନ୍ତା କାଲି ପ୍ରଥମ ଥର ପାଇଁ ନବ ଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ ଏହି ଅବସରରେ ସ୍ଥାନୀୟ ଜନତା ଓ ସୁରକ୍ଷା ବଳ ଓ ସେନା ଅଧିକାରୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ଧାରା ୩୭୦ ଉଠିବା ଓ ଲଦାଖକୁ ଏକ କେନ୍ଦ୍ର ଶାସିତ ଅଞ୍ଚଳ କରାଯିବାକୁ ଲଦାଖବାସୀ ସ୍ୱାଗତ କରୁଛନ୍ତି । ତେବେ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ଅଧିନରେ ଆସୁଥିବା କାରଗୀଲର ଲୋକମାନେ ଏହାକୁ ବିରୋଧ କରୁଛନ୍ତି ।

ଏହା ପୂର୍ବରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କଶ୍ମୀର ଓ ଲଦାଖ ଗସ୍ତରେ ଯାଇ ଲୋକମାନଙ୍କ ମତାମତ ସଂଗ୍ରହ କରିଥିଲେ । ତେବେ କେନ୍ଦ୍ର ସରକାରଙ୍କ କୌଣସି ବରିଷ୍ଠ ମନ୍ତ୍ରୀ ପ୍ରଥମ ଥର ପାଇଁ କଶ୍ମୀର ଗସ୍ତରେ ଯିବେ ।