ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ

ଭଦ୍ରକ: ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ରାଜନାଥ ଭଦ୍ରକ ଉପକଣ୍ଠ ରାଣୀତାଲରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେବେ। ଏଥିରେ ସେ ବୁଥ୍‌ସ୍ତରୀୟ କର୍ମୀ ଓ କାର‌୍ୟ୍ୟକର୍ତ୍ତାଙ୍କୁ ସେ ସମ୍ୱୋଧିତ କରିବାର କାର‌୍ୟ୍ୟକ୍ରମ ରହିଛି। ରାଜନାଥଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ଜିଲ୍ଲା ବିଜେପି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମାବେଶରେ ଭଦ୍ରକ ବ୍ୟତୀତ ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କର୍ମୀ ଯୋଗଦେବେ। ଅତିକମ୍‌ରେ ୨୫ ହଜାର କର୍ମୀଙ୍କୁ ସଭାକୁ ଆଣିବା ଲାଗି ଜିଲ୍ଲା ବିଜେପି ବ୍ୟବସ୍ଥା କରିଛି। ଆଇନଶୃଙ୍ଖଳା ପାଇଁ ୨୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। କାର‌୍ୟ୍ୟସୂଚୀ ଅନୁସାରେ ରାଜନାଥ ପ୍ରଥମେ ବାସୁଦେବପୁର ଯିବେ। ସେ ଇରମ ସହିଦ ସ୍ତମ୍ଭରେ ମାଲ୍ୟାର୍ପଣ କରିବେ। ୧୧ରୁ ୧୨ଟା ଭିତରେ ମାଆ ଭଦ୍ରକାଳୀଙ୍କ ପୀଠରେ ପହଞ୍ଚିବେ। ମାଆଙ୍କୁ ପୂଜାର୍ଚ୍ଚନା କରିବା ପରେ ସେ ରାଣୀତାଲ୍‌ରେ ଆୟୋଜିତ ବୁଥ୍‌ସ୍ତରୀୟ କାର‌୍ୟ୍ୟକ୍ରମରେ ଯୋଗଦେବାର କାର‌୍ୟ୍ୟକ୍ରମ ରହିଛି।