ରାଫେଲ ଆଣିବାକୁ ଅକ୍ଟୋବରରେ ଫ୍ରାନ୍ସ ଯିବେ ରାଜନାଥ ସିଂହ

ନୂଆଦିଲ୍ଲୀ: ପ୍ରଥମ ଯୁଦ୍ଧ ରାଫେଲ ବିମାନ ଆଣିବାକୁ ୮ ଅକ୍ଟୋବରୁ ଫ୍ରାନ୍ସ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ପ୍ରାୟ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ ଚୁକ୍ତି ହୋଇଥିବା ବେଳେ ଆସନ୍ତା ବର୍ଷ ମେ ସୁଦ୍ଧା ଏହା ପହଞ୍ଚିବ। ଏନେଇ ଭାରତୀୟ ବାୟୁସେନା ଏବଂ ଫ୍ରାନ୍ସର ଡାସଲ୍ଟ ଆଭିଏସନ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ଏହି ଯୁଦ୍ଧ ବିମାନକୁ ଆଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ବିଭାଗୀୟ ସଚିବ ଅଜୟ କୁମାର ଏବଂ ଅନ୍ୟ ବରିଷ୍ଠ ପଦାଧିକାରୀ ଫ୍ରାନ୍ସ ଯାତ୍ରା କରିବେ। ଆସନ୍ତା ଅକ୍ଟୋବର ୮ ତାରିଖରେ ଉଭୟ ଦଶହରା ଓ ଭାରତୀୟ ବାୟୁସେନାର ସ୍ଥାପନା ଦିବସ ପଡୁଥିବାରୁ ଏହି ଦିନଟି ଶୁଭ ଓ ମହତ୍ତ୍ବପୂର୍ଣ୍ଣ ହୋଇଉଠିଛି।ପୂର୍ବରୁ ବାଲାକୋଟ ଅପରେସନର ନେତୃତ୍ୱ ନେଇଥିବା ବର୍ତ୍ତମାନର ବାୟୁସେନା ମୁଖ୍ୟ ବିଏସ ଧନୋଆ ସେପ୍ଟେମ୍ବର ୨୦ରେ ଫ୍ରାନ୍ସ ଯାଇ ରାଫେଲ ବିମାନ ଆଣିବା ଯୋଜନା ଥିଲା।