ଲକ୍ଷ୍ନୌ : କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଲକ୍ଷ୍ନୌ ଲୋକସଭା ଆସନ ପାଇଁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିବେ। ନାମାଙ୍କନ ପତ୍ର ପୂର୍ବରୁ ରାଜନାଥ ସିଂ ସହରରେ ରୋଡ ଶୋ କରିଛନ୍ତି । ଏଥିରେ ବହୁ ସଂଖ୍ୟକ ବିଜେପି କର୍ମକର୍ତ୍ତା ସାମିଲ ହୋଇଛନ୍ତି । ରୋଡ୍ ଶୋରେ ବାହାରିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ହନୁମାନ ସେତୁ ସ୍ଥିତ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ରାଜନାଥ ସିଂଙ୍କ ବ୍ୟତୀତ ବିଜେପିର ଅନୁସୂଚିତ ମୋର୍ଚ୍ଚା ରାଜ୍ୟ ସଭାପତି ଏସକେ କିଶୋର ମଧ୍ୟ ମୋହନଲାଲଙ୍ଗଜରୁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ।
ବିଜେପି ରାଜ୍ୟ ମୁଖପାତ୍ର ହିରୋ ବାଜପେୟୀଙ୍କ ସୂଚନା ଅନୁଯାୟୀ, ରାଜନାଥ ସିଂଙ୍କ ରୋଡ୍ ଶୋ ବିଜେପି କାର୍ଯ୍ୟାଳୟ, ହଜରତଙ୍ଗଜ ଛକ ଏବଂ ଡିଏମ୍ ନିବାସ ହୋଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବ । ଏଥିରେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ, ଡ. ଦିନେଶ ଶର୍ମା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା କଲରାଜ ମିଶ୍ର, ବିଜେପିର ଜାତୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀଙ୍କ ସହ ଦଳର ଅନ୍ୟାନ୍ୟ ନେତା ଓ ବିଧାୟକ ଏହି ରୋଡ୍ ଶୋରେ ସାମିଲ ହୋଇଛନ୍ତି ।