ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପୁଅ ତଥା ନୋଏଡାର ବିଧାୟକ ପଙ୍କଜ ସିଂ କରୋନା ଆକ୍ରାନ୍ତ ହୋଇଛନ୍ତି। ମଙ୍ଗଳବାର ରାତିରେ ସେ ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଟୁଇଟରେ ସେ ଲେଖିଛନ୍ତି, କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖି ମୁଁ ପରୀକ୍ଷା କରାଇଥିଲି ଏବଂ ଏବେ ମୋର ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଛି | ଡାକ୍ତରଙ୍କ ପରାମର୍ଶରେ ମୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ମୁଁ ଅନୁରୋଧ କରୁଛି ଯେ, ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଛନ୍ତି, ଦୟାକରି ନିଜକୁ ସଙ୍ଗରୋଧ କରନ୍ତୁ ଏବଂ କରୋନା ପରୀକ୍ଷା କରାଇ ନିଅନ୍ତୁ।
कोरोना के शुरूआती लक्षण दिखने पर मैंने टेस्ट करवाया और रिपोर्ट पॉजिटिव आई है। डॉक्टर्स की सलाह पर अस्पताल में भर्ती हुआ हूँ। मेरा अनुरोध है कि आप में से जो भी लोग गत कुछ दिनों में मेरे संपर्क में आयें हैं, कृपया स्वयं को आइसोलेट कर अपनी जाँच करवाएं।
— Pankaj Singh (@PankajSinghBJP) September 1, 2020
ସୂଚନା ମୁତାବକ, କରୋନା ଭାଇରସ ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ମାରାତ୍ମକ ମହାମାରୀ ଦେଶର ଅନେକ ନେତାଙ୍କୁ ସଂକ୍ରମିତ କରିଛି | ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ ବହୁ ନେତା ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ବିଜେପି ବିଧାୟକ ପଙ୍କଜ ସିଂ କରୋନା ପଜିଟିଭ୍ ବୋଲି ଜଣା ପଡ଼ିବା ପରେ ସୋସିଆଲ ମିଡିଆରେ ଅନେକ ଲୋକ ତାଙ୍କର ଆରୋଗ୍ୟ କାମନା କରିଛନ୍ତି।