ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କୁ ଓଡ଼ିଶା ପର୍ଯ୍ୟବେକ୍ଷକ ଦାୟିତ୍ବ

ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କୁ ଓଡ଼ିଶା ପର୍ଯ୍ୟବେକ୍ଷକ ଦାୟିତ୍ବ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଓଡ଼ିଶା ଗସ୍ତ କରିବାକୁ ନିର୍ଦ୍ଦେଶ । ବିଜେପି ବିଧାୟକ ଦଳ ବୈଠକରେ ଦୁଇ କେନ୍ଦ୍ର ମନ୍ତ୍ରୀ ଯୋଗ ଦେବେ । କିଏ ହେବେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ତର୍ଜମା କରିବେ ।

ଦେଶରେ ଦ୍ୱିତୀୟ ଥର ପାଇଁ ଇତିହାସ ରଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଜବାହରଲାଲ ନେହରୁଙ୍କ ପରେ ନରେନ୍ଦ୍ର ମୋଦୀ କ୍ରମାଗତ ଭାବେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଆଜି ଆୟୋଜିତ ହୋଇଥିବା ଶପଥ ଗ୍ରହଣ ଉତ୍ସବରେ ମୋଟ ୩୪ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି ।

ବିଜେପି ବ୍ୟତୀତ ଏନଡିଏର ସହଯୋଗୀଦଳମାନେ ୩୪ ମନ୍ତ୍ରୀ ମଧ୍ୟରୁ ୧୨ ଟି ମନ୍ତ୍ରୀପଦ ହାତେଇଛନ୍ତି । ତେବେ ଚାଲନ୍ତୁ ଜାଣିବା ଏନଡିଏ କେଉଁ ସହଯୋଗୀ ଦଳଙ୍କୁ କେତୋଟି ଲେଖାଏଁ ମନ୍ତ୍ରୀପଦ ମିଳିଛି ।

ଏନଡିଏର ମୁଖ୍ୟ ସହଯୋଗୀ ଦଳ ଟିଡିପିକୁ ୨ ଟି କ୍ୟାବିନେଟ୍ ମନ୍ତ୍ରୀ ମିଳିଥିବା ବେଳେ ଅନ୍ୟ ମୁଖ୍ୟ ସହଯୋଗୀ ଦଳ ଜେଡିୟୁକୁ ମଧ୍ୟ ଦୁଇଟି କ୍ୟାବିନେଟ ମନ୍ତ୍ରୀପଦ ମିଳିଛି ।

ସେହଭଳି ଝାଡଖଣ୍ଡର ଏଜେଏସୟୁକୁ ଗୋଟିଏ, ଭିଆଇପି ଗୋଟିଏ, ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାକୁ ଗୋଟିଏ, ଏଲଜେପି(ରାମ ବିଳାଶ) ଗୋଟିଏ, ଆପନା ଦଳ (ସୋନେୟାଲାଲ) କୁ ଗୋଟିଏ, ରାଷ୍ଟ୍ରୀୟ ଲୋକଦଳକୁ ଗୋଟିଏ ଓ ଆରପିଆଇକୁ ଗୋଟିଏ ଆସନ ମି।

ଳିଛି