ଦଶହରାରେ ରାଫେଲ ଆଣିବାକୁ ଫ୍ରାନ୍ସ ଯିବେ ରାଜନାଥ ସିଂହ

ନୂଆଦିଲ୍ଲୀ:ଗୃହମନ୍ତ୍ରୀ ରାଜନାଥ ସିଂହ ଅକ୍ଟୋବର ୮ରେ ଦେଶକୁ ପ୍ରଥମ ରାଫେଲ ବିମାନ ଆଣିବା ପାଇଁ ପ୍ୟାରିସ୍ ଯାତ୍ରା କରିବେ। ଏହି ସମୟରେ ଗୃହମନ୍ତ୍ରୀ ସେଠାରେ ଦଶହରା ଅବସରରେ ଅସ୍ତ୍ର ପୂଜା କରିବେ। 

ଶସ୍ତ୍ର ପୂଜା ଏକ ପୁରୁଣା ହିନ୍ଦୁ ପରମ୍ପରା। ଏହି ପୂଜାରେ ଯୋଦ୍ଧା ନିଜର ଅସ୍ତ୍ରଶସ୍ତ୍ର ପୂଜା କରିଥାନ୍ତି। ଏବେ ରକ୍ଷାମନ୍ତ୍ରୀ ହେବାପରେ ରାଜନାଥ ସିଂହ ଏହି ପରମ୍ପରା ଜାରୀ ରଖିଛନ୍ତି। ତେବେ ଦେଶକୁ ପ୍ରଥମ ରାଫେଲ ବିମାନ ଆଣିବା ପାଇଁ ଗୃହମନ୍ତ୍ରୀ ଖୁବ୍ ଶୀଘ୍ର ପ୍ୟାରିସ୍ ଗସ୍ତ କରିବାକୁ ଯାଉଛନ୍ତି। ଏହି ସମୟରେ ରାଜନାଥ ସିଂହଙ୍କର ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ୟୁଏଲ ମୈଙ୍କ୍ରୋ ସହ ସାକ୍ଷାତକାର ହୋଇପାରେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଦଶହରା ଅବସରରେ ପ୍ରଚାୀନ ଓ ଆଧୁନିକ ଶସ୍ତ୍ର ପୂଜା କରୁଥିଲେ।