ଦେଶର ନୂଆ କ୍ୟାବିନେଟ ସଚିବ ହେବେ ରାଜୀବ ଗଉବା

ନୂଆଦିଲ୍ଲୀ : ୧୯୮୨ ବ୍ୟାଚ ବିହାର କ୍ୟାଡର ଆଇଏଏସ ଅଫିସର ରାଜୀବ ଗଉବା ଦେଶର ପରବର୍ତୀ କ୍ୟାବିନେଟ ସଚିବ ହେବା ସମ୍ଭାବନା ରହିଛି । ବର୍ତ୍ତମାନର କ୍ୟାବିନେଟ ସଚିବ ପି.କେ. ସିହ୍ନାଙ୍କ କାର୍ଯ୍ୟକାଳ ଜୁନ ୧୨ରେ ସମାପ୍ତ ହେଉଛି । ବରିଷ୍ଠତାକ୍ରମରେ ତାଙ୍କ ପଛକୁ ରହିଛନ୍ତି ରାଜୀବ ଗଉବା । ଗଉବା ଏବେ କେନ୍ଦ୍ର ଗୃହ ସଚିବ ରହିଛନ୍ତି । ରାଜୀବ ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ବିଭାନ୍ନ ବିଭାଗ, ବିହାର ଓ ଝାଡ଼ଖଣ୍ଡ ସରକାରଙ୍କ ବିଭିନ୍ନ ବିଭାଗରେ ବରିଷ୍ଠ ସଚିବ ଭାବେ କାମ କରିଛନ୍ତି । କ୍ୟାବିନେଟ ସଚିବ ଦେଶର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ବୋଲି କୁହାଯାଏ ।