ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲା ଜେଲ ଦଣ୍ଡ ଭୋଗୁଥିବା ନଳିିନୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭେଲୋର: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷର ସାବ୍ୟସ୍ତ ହୋଇ ଜେଲରେ ଥିବା ନଳିନୀ ଶ୍ରୀହରନ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଜେଲରେ ଥିବା ଅନ୍ୟ କଏଦୀଙ୍କ ସହିତ ଝଗଡ଼ା କରି ସେ ଏଭଳି କରିଥିବା କୁହାଯାଉଛି। ସେ ସୋମବାର ରାତିରେ ବିଷପିଇ ଆତ୍ମହତ୍ୟା କରିବା ଉଦ୍ୟମ କରିଛନ୍ତି। ଏନେଇ ନଳିନୀଙ୍କ ଆଇନଜୀବୀ ପୁଗଲେନ୍ତି ସୂଚନା ଦେଇଛନ୍ତି। ପ୍ରଥମ ଥର ପାଇଁ ନଳିନୀ ଏଭଳି କରିଥିବା ସେ କହିଛନ୍ତି। ଝଗଡ଼ା ହୋଇଥିବା ମହିଳା କଏଦୀଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡାଦେଶ ହୋଇଥିବା ଜେଲ କର୍ତ୍ତୃପକ୍ଷ କହିଛନ୍ତି। ଏନେଇ ତଦନ୍ତ ଜାରି ରହିଛି। ତାମିଲନାଡୁର ଭେଲୋର ଜେଲରେ ନଳିନୀ ବନ୍ଦୀ ଅଛନ୍ତି। ଦୀର୍ଘ ୨୮ ବର୍ଷଧରି ସେ ଏଠାରେ ବନ୍ଦୀ ଭାବେ ରହିଛନ୍ତି। ତାଙ୍କ ସ୍ୱାମୀ ମୁରୁଗନ ଏନେଇ କହିଛନ୍ତି ଯେ, ନଳିନୀଙ୍କୁ ଭେଲୋର ଜେଲରୁ ପୁଝଲ ଜେଲକୁ ସ୍ଥାନାନ୍ତର କରିବା ଆବଶ୍ୟକ। ମୁରୁଗନ ମଧ୍ୟ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଛନ୍ତି।