୩ ସପ୍ତାହ ବଢ଼ିଲା ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଦୋଷୀ ନଳିନୀଙ୍କ ପାରୋଲ

ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ଦୋଷୀ ନଲିନୀ ଶ୍ରୀହରନଙ୍କ ପାରୋଲକୁ ମାଦ୍ରାସ ହାଇକୋର୍ଟ ତିନି ସପ୍ତାହ ପର‌୍ୟ୍ୟନ୍ତ ବୃଦ୍ଧି କରିଛିନ୍ତି । ନଳିନୀ ନିଜ ଝିଅଙ୍କ ବାହାଘର ପାଇଁ ଅତିରିକ୍ତ ୩୦ ଦିନର ପାରୋଲ ଆବେଦନ କରିଥିଲେ, ଏହା ପରେ ତାମିଲନାଡୁ ସରକାରଙ୍କୁ ନିଜର ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଗୁରୁବାର ଦିନ ନଳିନୀଙ୍କ ପାରୋଲକୁ ତିନି ସପ୍ତାହ ପର‌୍ୟ୍ୟନ୍ତ ବୃଦ୍ଧି କରିଛନ୍ତି ମାଦ୍ରାସ ହାଇକୋର୍ଟ । ଗତ ମାସରେ କୋର୍ଟ ନଳିନୀଙ୍କ ନିଜ ଝିଅଙ୍କ ବାହାଘର ବ୍ୟବସ୍ଥା ବୁଝିବା ପାଇଁ ୩୦ ଦିନର ପାରୋଲ ପ୍ରଦାନ କରିଥିଲେ । ଜୁଲାଇ ୨୫ରୁ ବିଲ୍ଲୋର କେନ୍ଦ୍ରୀୟ ଜେଲରୁ ବାହାରିବା ପରେ, ନଳିନୀ ସଥୁବାଚାରୀର ରହି ଆସୁଛନ୍ତି । ନଳିନୀ ନିଜ ଯାଚିକାରେ ଦର୍ଶାଇଥିଲେ ଯେ, ଦିଆଯାଇଥିବା ସମୟ ଭିତରେ ବିବାହ ବ୍ୟବସ୍ଥା ପୁରା କରିବା ପାଇଁ ଚେଷ୍ଠା କରିଥିଲେ କିନ୍ତୁ ସକ୍ଷମ ହୋଇ ପାରି ନଥିଲି । ଦୀର୍ଘ ୨୭ ବର୍ଷରୁ ଜେଲରେ ବନ୍ଦୀ ଭାବେ ରହିଥିବା ନଳିନୀ ନିଜ ଝିଅର ବାହାଘର ପାଇଁ ୬ ମାସର ଛୁଟି ଆବେଦନ କରିଥିଲେ । ୧୯୯୧ ମସିହା ୨୧ ତାରିଖରେ ରାଜ୍ୟର କାଞ୍ଚିପୁରମ ଜିଲ୍ଲାର ଶ୍ରୀପେରବୁଦୂର ଅଞ୍ଚଳରେ ଚାଲିଥିବା ନିର୍ବାଚନ ରାଲିରେ ଆତ୍ମଘାତୀ ଆକ୍ରମଣରେ ପୂର୍ବତନ ପ୍ରଧାନମନତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ନଳିନୀଙ୍କ ସହ ଅନ୍ୟ ଛଅ ଜଣ ଆଜୀବନ ଜେଲ ଦଣ୍ଡ ଭୋଗୁଛନ୍ତି ।