ଜୁଲାଇ ୫ରେ ରାଜ୍ୟ ସଭା ଉପ- ନିର୍ବାଚନ

ଓଡ଼ିଶାର ୩ ସିଟ ସହ ୬ ଆସନ ଖାଲି

ଭୁବନେଶ୍ବର : ଓଡିଶା ବିହାର ଓ ଗୁଜରାଟର ୬ ରାଜ୍ୟସଭା ଆସନ ପାଇଁ ଜୁଲାଇ ୫ରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ଶୁକ୍ରବାର ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି । ଓଡ଼ିଶାର ୩, ଗୁଜରାଟର ୨ ଓ ବିହାରର ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ । ଅମିତ୍ ଶାହ, ରବିଶଙ୍କର ପ୍ରସାଦ, ସ୍ମୃତି ଇରାନୀ ଓ ଅଚ୍ୟୁତ ସାମନ୍ତ ଲୋକସଭାକୁ ଯାଇଥିବା ବେଳେ ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରତାପ କେଶରୀ ଦେବ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଅମିତ୍ ଶାହ ଓ ସ୍ମୃତି ଇରାନୀ ଗୁଜରାଟରୁ ଏବଂ ରବିଶଙ୍କର ପ୍ରସାଦ ବିହାରରୁ
ରାଜ୍ୟସଭାକୁ ଯାଇଥିଲେ । ଏହି ଉପନିର୍ବାଚନ ପାଇଁ ଆସନ୍ତା ୧୮ ଜୁନ୍ରେ ବିଜ୍ଞପ୍ତି ଜାରିହେବ । ମନୋନୟନ ପତ୍ର ଦାଖଲ ଶେଷ ତାରିଖ ୨୫ ଜୁନ୍ ଓ ୨୬ରେ ମନୋନୟନ ପତ୍ର ଯାଞ୍ଚ୍ ହେବ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଜୁନ୍
୨୮ । ଜୁଲାଇ ୫ ତାରିଖରେ ପୂର୍ବାହ୍ନ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ । ସେହିଦିନ ସନ୍ଧ୍ୟା ୫ଟାରେ ଗଣତି ହେବ । ଜୁଲାଇ ୯ ତାରିଖ ସୁଦ୍ଧା ଏହି ନିର୍ବାଚନ ପ୍ରକ୍ରିୟା ଶେଷହେବ ବୋଲି ନିର୍ବାଚନ କମିଶନ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।