ଓଡ଼ିଶାରେ ପରେ ରାଜସ୍ଥାନରେ ଲାଗୁ ହେଲା ଲକ୍ ଡାଉନ୍

ନୂଆଦିଲ୍ଲୀ: ଓଡ଼ିଶା ପରେ ଏବେ ରାଜସ୍ଥାନରେ ଲାଗୁ ହୋଇଛି ଲକ୍ ଡାଉନ୍ ନିୟମ । ଯାହା ମାର୍ଚ୍ଚ ୩୧ ଯାଏଁ ଚାଲିବ । ଏ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଘୋଷଣା କରିଛନ୍ତି ।

ସେ ଏକ ବିବୃତିରେ କହିଛନ୍ତି, ସର୍ବସାଧାରଣ ପରିବହନ ବନ୍ଦ ରଖାଯାଇଛି। ଏବଂ ମଲ୍‌ ଓ ଦୋକାନ ସବୁ ବନ୍ଦ ରହିବ। ଜରୁରୀକାଳୀନ ସେବା ସବୁ ଚାଲୁ ରହିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଖାଦ୍ୟ ପ୍ୟାକେଟ୍‌ ମଧ୍ୟ ବଂଟାଯିବ। ଆର୍ଥିକ ସ୍ଥିତି ଦୁର୍ବଳ ଥିବା ପରିବାରମାନଙ୍କୁ ଏପରି ଖାଦ୍ୟବଂଟନ କରାଯିବ। ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଏହି ଖାଦ୍ୟବଂଟନ କରାଯିବ। ଏହି ଅବସରରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ କାରଖାନା ଆଦି ବନ୍ଦ ରହିବ।

ଗେହଲଟ୍‌ ଟ୍ୱିଟ୍‌ କରି କହିଛନ୍ତି, ଏଭଳି ସଙ୍କଟ ପରିସ୍ଥିତିରେ ସରକାର ରାଜ୍ୟର ଲୋକଙ୍କ ସହ ଅଛନ୍ତି। କରୋନାର ମୁକାବିଲା ପାଇଁ ସରକାରୀ ନିର୍ଦ୍ଦେଶ ଏବଂ ସତର୍କବାଣୀକୁ ମାନିକରି ଚଳନ୍ତୁ। ଏହାଫଳରେ ସ୍ଥିତି ନିୟନ୍ତ୍ରଣରେ ରହିବ।