ରୋଗୀଙ୍କ ପେଟରୁ ବାହାରିଲା ୧୧୬ଟି ଲୁହା କଣ୍ଟା

ନୂଆଦିଲ୍ଲୀ: ରାଜସ୍ଥାନର ଜଣେ ରୋଗୀଙ୍କ ପେଟରୁ ଏଭଳି କିଛି ଜିନିଷ ବାହାରିଛି ଯାହାକି ଅପରେସନ କରୁଥିବା ଡାକ୍ତରଙ୍କୁ ତାଜୁବ କରିଦେଇଛି | ରାଜସ୍ଥାନର ବୁନଦୀ ଜିଲ୍ଲାର ଜଣେ ରୋଗୀଙ୍କର ପେଟରେ ଯନ୍ତ୍ରଣା ହେଉଥିଲା | ତେଣୁ ଚିକିତ୍ସା ପାଇଁ ତାଙ୍କୁ...

ନୂଆଦିଲ୍ଲୀ: ରାଜସ୍ଥାନର ଜଣେ ରୋଗୀଙ୍କ ପେଟରୁ ଏଭଳି କିଛି ଜିନିଷ ବାହାରିଛି ଯାହାକି ଅପରେସନ କରୁଥିବା ଡାକ୍ତରଙ୍କୁ ତାଜୁବ କରିଦେଇଛି |

ରାଜସ୍ଥାନର ବୁନଦୀ ଜିଲ୍ଲାର ଜଣେ ରୋଗୀଙ୍କର ପେଟରେ ଯନ୍ତ୍ରଣା ହେଉଥିଲା | ତେଣୁ ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଯନ୍ତ୍ରଣାର କାରଣ ଜାଣିବାକୁ ରୋଗୀଙ୍କର ଅଲଟ୍ରାସାଉଣ୍ଡ କରାଯାଇଥିଲା | ଏହାପରେ ରୋଗୀଙ୍କର ଅପରେସନ କରାଯାଇଥିଲା | ଅପରେସନ ପରେ ତାଙ୍କ ପେଟରୁ ୧୧୬ଟି ଲୁହାକଣ୍ଟା,ଗୋଟିଏ ଲମ୍ବା ଲୁହା ତାର ବାହାରିଥିଲା |

ଡାକ୍ତରଙ୍କର କହିବା ମୁତାବକ ଲୁହା କଣ୍ଟାର ଲମ୍ବା ସାଢେ ୬ ସେଣ୍ଟି ମିଟର ହୋଇଥିବାବେଳେ ସଫଳତାର ସହ ଅପରେସନ ହୋଇଛି | ମିଳିଥିବା ସୂଚନା ମୁତାବକ ବ୍ୟକ୍ତି ଜଣକ ଜଣେ ମାନସିକ ରୋଗୀ ହୋଇଥିବାବେଳେ କିଭଳି ଏତେ କଣ୍ଟା ଖାଇଦେଇଥିଲେ ତାହା କହିପାରୁନାହାନ୍ତି | ଏବେ ରୋଗୀଟିର ଅବସ୍ଥା ଠିକ ଅଛି |

ଅପରେସନ କରୁଥିବା ଡାକ୍ତର କହିଛନ୍ତି ଯେ ଯେତେବେଳେ ପେଟର ଏକ୍ସରେ କରାଯାଇଥିଲା ସେତେବେଳେ ପେଟରେ ଗୁଡ଼ାଏ ଲୁହାକଣ୍ଟା ଥିବାର ଦେଖାଯାଇଥିଲା | ଆଉ ଏହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ |

Spread the love
Categories
ଦେଶ-ବିଦେଶ

RELATED BY

  • ବିଧାୟକଙ୍କ ଘର ସମ୍ମୁଖରେ ବିସ୍ଫୋରଣ: ଜଣେ ମୃତ

    ବେଙ୍ଗାଲୁରୁ : କର୍ଣ୍ଣାଟକର ରାଜ୍ୟରାଜେଶ୍ବରୀ ନଗରରେ କଂଗ୍ରେସ ବିଧାୟକଙ୍କ ଘର ସମ୍ମୁଖରେ ଏକ ବିସ୍ଫୋରଣ ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ରବିବାର...
  • ବଦ୍ରିନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ଡେରାଡୁନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥର ଯାତ୍ରା ଶେଷ କରିବା ପରେ ଆଜି ସକାଳ ୧୦ଟାରେ ବଦ୍ରିନାଥରେ ପହଂଚିଥିଲେ ।ସେ କେଦାରନାଥର ଗୁମ୍ଫାରେ ପ୍ରାୟ ୧୭ ଘଣ୍ଟା ରହି ଆଜି ସକାଳେ ସେଠାରୁ ବାହାରିଥିଲେ। ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ନେବା...
  • ଡିୟୁଟିରେ ଥିବା ତିନି ସରକାରୀ କର୍ମଚାରୀ ମୃତ

    ଶିମ୍‌ଲା: ନିର୍ବାଚନ ଡିୟୁଟି କରୁଥିବା ସମୟରେ ହିମାଚଳ ପ୍ରଦେଶରେ ଭିନ୍ନ ଭିନ୍ନ କାରଣରୁ ତିନି ଜଣ ସରକାରୀ କର୍ମଚାରୀଙ୍କର ମୃତ୍ୟୁ ଘଟିଛି ବୋଲି ରାଜ୍ୟର ଜଣେ ନିର୍ବାଚନ କର୍ମଚାରୀ କହିଛନ୍ତି। ମୃତ କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ଜନଜାତି ଅଧ୍ୟୁଷିତ କିନ୍ନୌର...
  • ପଶ୍ଚିମ ଓ ଦକ୍ଷିଣ ଭାରତର ୬ ରାଜ୍ୟରେ ମରୁଡ଼ି ଆଶଙ୍କା

    ନୂଆଦିଲ୍ଲୀ: ସମ୍ଭାବ୍ୟ ମରୁଡ଼ି ଆଶଙ୍କାରେ କେନ୍ଦ୍ର ସରକାର ୬ଟି ରାଜ୍ୟକୁ ପରାମର୍ଶବଳୀ ଜାରି କରିଛନ୍ତି। ଏହି ରାଜ୍ୟଗୁଡ଼ିକରେ ଜଳସ୍ତର ଚିନ୍ତାଜନକ ଭାବେ ହ୍ରାସ ପାଇବା ପରିପ୍ରେକ୍ଷୀରେ ଏଭଳି ପରାମର୍ଶବଳୀ ଜାରି କରାଯାଇଛି। କେନ୍ଦ୍ର ଜଳ ଆୟୋଗଙ୍କ ପକ୍ଷରୁ ସଦସ୍ୟ ଏସ୍‌.କେ...