ମାଲେସିଆ: ମାଲେସିଆ ଓଡ଼ିଆ କମ୍ୟୁନିଟି ତରଫରୁ ରଜ ମଉଜ -୨୦୨୦ ପାଳନ କରା ଯାଇଅଛି । ସାମ୍ପ୍ରତିକ କୋଭିଡ-୧୯ ଲକଡାଉନକୁ ଦେଖି ଏହାକୁ ଭରଚୁଆଲି ଜୁମ ମାଧ୍ୟମରେ ପାଳନ କରାଯାଇଥିଲା । ପ୍ରାୟ ୫୦ରୁ ଅଧିକ ପରିବାର ଏହାକୁ ଘରେ ବସି ଦେଖିବାର ମଜା ନେଇଥିଲେ । ସଦସ୍ୟ ମାନଙ୍କ ମଧ୍ୟରେ କବିତା ପାଠ ,ସଂଗୀତ ଏବଂ ନୃତ୍ୟ ପ୍ରତିଯୋଗିତା ହେଇଥିଲା ଏବଂ ଏହାକୁ ମାଲେସିଆରେ ରହୁଥିବା ସମସ୍ତ ପ୍ରବାସୀ ଓଡ଼ିଆ ଉପଭୋଗ କରିଥିଲେ ଇ ମାଲେସିଆ ଓଡ଼ିଆ ସମାଜର ସଭାପତି ଦୀପ୍ତି ରଞ୍ଜନ ନନ୍ଦ ଅଧ୍ୟକ୍ଷତା କରିଥିଲେ । ପ୍ରଣତି ମିଶ୍ର ଏବଂ ସତ୍ୟବ୍ରତ ପ୍ରଧାନ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।