ମାଲେସିଆରେ ଧୁମଧାମରେ ରଜ ପାଳିତ

କୁଆଲାଲମ୍ବର: ଚଳିତ ବର୍ଷ ଜୁନ ୧୫ ତାରିଖ ଦିନ ମାଲେସିଆରେ ଓଡିଆ କମ୍ୟୁମିନିଟି ତରଫରୁ ଧୁମଧାମରେ ରଜ ଉତ୍ସବ ପାଳନ କରାଯାଇଛି । ମାଲେସିଆରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ରଜପର୍ବ ପାଇଁ ପ୍ରବଳ ଉତ୍ସାହ ଓ ଉଦୀପନା ଦେଖାଦେଇଥିଲା ।

ପ୍ରବାସୀ ଓଡ଼ିଆମାନେ ବହୁ ସଂଖ୍ୟାରେ ଯୋଗ ଦେଇ ପୋଡପିଠା ଓ ରଜପାନର ମଜା ନେଇଥିଲେ । ଯାହା ପରିବେଶକୁ ଆହୁରି ସ୍ୱତନ୍ତ୍ର କରିଥିଲା । ରଜ ମଉଜ ପର୍ବ ଏଠାରେ ବସବାସ କରୁଥିବା ଓଡ଼ିଆଙ୍କୁ ଏକତ୍ରିତ କରିଥିଲା । ଆମେ ଓଡ଼ିଶା ବାହାରେ ରହି ମଧ୍ୟ ଓଡ଼ିଶାକୁ ଭୁଲିନାହୁଁ । ଏଠାରେ ନିଜ ପର୍ବ ପାଳନ କରିବାର ସୁଯୋଗ ହାତ ଛଡା କରି ନ ଥିଲୁ । ଏହା ଆମ ପରିବାରକୁ ଓଡ଼ିଆ ମାଟିର ମହକ ଦେଇଥିଲା ଏବଂ ଆମ ପିଲାମାନେ ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ପରିଚିତ ହେବାର ସୁଯୋଗ ପାଇଥିଲେ ବୋଲି ଏପରି କହିଛନ୍ତି ରଜ ମଉଜରେ ଯୋଗ ଦେଇଥିବା ଅନେକ ପ୍ରବାସୀ ଓଡ଼ିଆ ପରିବାର ।

ବିଭିନ୍ନ ପାରମ୍ପରିକ ଓଡ଼ିଆ ଖାଦ୍ୟ ବ୍ୟଞ୍ଜନ ଭୋଜନ ସହିତ ଏହି ରଜ ମଉଜ ପର୍ବ ଶେଷ ହୋଇଥିଲା । ଆଗକୁ ଏମିତି ଆହୁରି ଓଡ଼ିଆ ପର୍ବ ପାଳନ କରି ଓଡ଼ିଆ ସଂସ୍କୃତିକୁ ବିଦେଶ ମାଟିରେ ଜୀବିତ ରଖିବାକୁ ବଦ୍ଧ ପରିକର ବୋଲି କମିଟିର ସଭାପତି ଶ୍ରି ଦିପ୍ତୀ ରଞ୍ଜନ ନନ୍ଦ କହିଥିଲେ ।