ଉତରପ୍ରଦେଶରେ ବର୍ଷା; ୫୫ ମୃତ

ଲକ୍ଷ୍ନୌ:ଉତରପ୍ରଦେଶରେ ଗତ ୩ଦିନ ଧରି ମୂଷଳଧାରାରେ ବର୍ଷା ଲାଗି ରହିଛି । ଫଳରେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି । ଏପରିକି ସବୁଠାରୁ ଅଧିକ ମାଟି ଓ ଚାଳ ଘର କ୍ଷତିଗ୍ରସ୍ତ ହୋଇଛି । ଯେଉଁ ଘରେ ଚାପି ହୋଇ ୫୫ଜଣଙ୍କର ମୃତ୍ୟୁ ଘଟିଛି ।

ଗତ ୨୪ ଘଂଟାରେ ଅବଧ ଅଂଚଳରେ ୧୫, ପ୍ରୟାଗରାଜରେ ୧୪, ପୂର୍ବାଂଚଳରେ ୧୭, ବୁନ୍ଦେଲଖଣ୍ଡରେ ୭, ସହାରନପୁର ଓ କାନପୁରରେ ଜଣଙ୍କର ଜୀବନ ଯାଇଛି । ଅପରପକ୍ଷେ ଲଗାତର ବର୍ଷାକୁ ଦେଖି ଲକ୍ଷ୍ନୌ ଜିଲ୍ଲା ପ୍ରଶାସନ ଆଜି ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରିଛି ।

ପ୍ରୟାଗରାଜରେ ସବୁଠାରୁ ଅଧିକ ଆମେଠୀ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ଏଠାରେ ଏକ ଘରର କାନ୍ଥ ଭୁଶୁଡି ପଡିବାରୁ ଜଣେ ଦମ୍ପତିଙ୍କ ସହ ୭ଜଣ ପ୍ରାଣ ହରାଇଛନ୍ତି । ସେହିପରି ବରବଙ୍କୀରେ ୩, ଆମ୍ବେଦକରନଗରରେ ୨, ସୀତାପୁର, ଅଯୋଧ୍ୟା ଓ ରାୟବରେଲୀରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଏହି ଅଂଚଳରେ ପ୍ରାୟ ଶତାଧିକ ଘର ଭାଙ୍ଗି ଯାଇଛି ।

ଏତତ୍ ବ୍ୟତୀତ ପୂର୍ବାଂଚଳରେ ଲଗାତାର ତିନିଦିନ ଧରି ବର୍ଷା ହେବା ଫଳରେ ୧୬୦ରୁ ଅଧିକ ମାଟିଘର ଭାଙ୍ଗି ଯାଇଛି । ଯଦ୍ୱାରା ୧୩ଜଣଙ୍କର ପ୍ରାଣହାନୀ ଘଟିଛି । ଏପରିକି ଅନେକ ଦୋକାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।