ଭୁବନେଶ୍ୱର: ଆଜି ସକାଳୁ ଆରମ୍ଭ ହୋଇଛି ବର୍ଷା । ଆସନ୍ତା ୪୮ ଘଂଟା ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି ।
ପ୍ରବଳ ବର୍ଷା ନେଇ ଆଜିଠୁ ଆସନ୍ତା ୪୮ ଘଂଟା ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାଂର୍ଣ୍ଣି ଜାରି କରାଯାଇଛି। ସୁନ୍ଦରଗଡ,ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ନୟାଗଡରେ ବର୍ଷା ହେବ । ଏହାସହ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ମଧ୍ୟ ରହିଛି। ତେବେ ଦୁଇ ଦିନ ଏମିତି ପାଗ ରହିବା ପରେ ଗୁରୁବାରଠାରୁ ପାଗରେ ପରିବର୍ତନ ଆସିବ ।
ଆଜି ଦିନ ୧ଟା ୩୦ ଯାଏଁ ୧୩ଟି ଜିଲ୍ଲାକୁ ସତର୍କ ପରାମର୍ଶ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କଟକ ଓ ନୟାଗଡ଼ ।
ଗତ ୨୪ ଘଂଟା ମଧ୍ୟରେ ସୋନପୁରରେ ସର୍ବାଧିକ ୫୭.୮ ମିମି ବର୍ଷା ରେକର୍ଡ କରାଯାଇଛି। ବୌଦ୍ଧରେ ୪୫.୨ମିମି, ବଲାଙ୍ଗିରରେ ୩୦ମିମି, ତାଳଚେରରେ ୧୪ମିମି ଓ ବାରିପଦାରେ ୫ ମିମି ବର୍ଷା ହୋଇଛି।