୪୮ ଘଣ୍ଟା ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଓଡ଼ିଶା ଉପକୂଳକୁ ଲାଗି ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସେହି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ଯାହା ଫଳରେ ଆସନ୍ତା ୪୮ଘଣ୍ଟାରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । 

ଓଡ଼ିଶାରେ ମୈାସୁମୀ ଓ ଲଘୁଚାପ ପ୍ରଭାବରେ ସ୍ୱଭାବିକ ଠାରୁ କମ ପରିମାଣର ବର୍ଷା ହୋଇଛି । ବିଲରେ ତଳିରୁଆ କାମ ଚାଲିଥିବା ବେଳେ ରାଜ୍ୟରେ ୪୦ପ୍ରତିଶତରୁ କମ ବର୍ଷା ହୋଇଛି । ଯାହା ଚାଷଜମିରେ ମରୁଡ଼ିସ୍ଥିତି ଦେଖା ଦେଖାଣି । ଚାଷୀ ଚିନ୍ତାରେ ମୁଣ୍ଡରେ ହାତଦେଲେଣି ଚଳିତ ଥର ଓଡ଼ିଶାକୁ ବିଳମ୍ବରେ ମୈାସୁମୀ ଛୁଇଁଥିଲା । ମୈାସୁମୀ ଓଡ଼ିଶା ଛୁଇଁବାର ଦିନକ ପରେ ଉଭାନ ହୋଇଯାଇଥିଲେ ମଧ୍ୟ ପରେ ସକ୍ରିୟ ହୋଇ ବର୍ଷା କରାଇଥିଲେ ମଧ୍ୟ ପୁଣି ପ୍ରଭାବ ଶୂନ୍ୟ ହୋଇପଡ଼ିଛି  ।

ଆଜି ପୁଣି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଓଡ଼ିଶା ଉପକୂଳକୁ ଲାଗି ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହ ଆଗାମୀ ୪୮ ଘଣ୍ଟାରେ ଲଘୁଚାପରେ ପରିଣତ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଏହି ଲଘୁଚାପ ପ୍ରଭାବରେ ଉପକୂଳ , ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଜୁଲାଇ ମାସରେ ସବୁଜ ଭରା ଚାଷଜମି ଦେଖିବାକୁ ମିଳିବା ସମୟ କିନ୍ତୁ ବସୁଧା ଆଁ କରି ରହିଛି । ଆଉ ସେ ସବୁଜ ଦୃଶ୍ୟ ଦେଖିବାକୁ ମିଳୁନାହିଁ । ରାଜ୍ୟରେ  ଆଶା ଠାରୁ କମ ପରିମାଣରେ ବର୍ଷା ହୋଇଥିବାରୁ ବର୍ତ୍ତମାନ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଚାଷୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେବ ବୋଲି ଅନୁମାନ କରାଯାଉଛି ।