୮ ଜିଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ଜିଲାରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସୂଚନା ଅନୁସାରେ ଅପରାହ୍ନରେ ରାଜ୍ୟର ୯ଟି ଜିଲାରେ କାଳବେଶାଖୀ ଜନିତ ଝଡପବନ ସହ ବର୍ଷା ଓ ବଜ୍ରପାତର ଆଶଂକା ରହିଛି। ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, ରାୟଗଡା, ମୟୁରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଜାରି କରାଯାଇଛି। ଏଥିସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବଜ୍ରାପାତର ଆଶଙ୍କା ରହିଛି। ସୂଚନାଯୋଗ୍ୟ ଯେ ଶୁକ୍ରବାର ସର୍ବୋଚ୍ଚ ତାପମାତ୍ରା ୪୪.୦ ଡିଗ୍ରି ଟିଟଲାଗଡ ରେକର୍ଡ ସୃଷ୍ଟି କରିଥିଲା।