ମାର୍ଚ୍ଚ ୩ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମାର୍ଚ୍ଚ ୩ରୁ ୩ ଦିନ ପର‌୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ବୋଲି ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠାରୁ ଦୁଇ ଦିନ ଯାଏ ଓଡ଼ିଶାର ପାଗ ମୁଖ୍ୟତ‍ଃ ଶୁଖିଲା ରହିବ। ଏପରି କି ଦିନବେଳା ତାପମାତ୍ରା ମଧ୍ୟ ବୃଦ୍ଧି ପାଇବ। ତେବେ ଆସନ୍ତା ୩ ତାରିଖରୁ ପୁଣିଥରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦ୍ରର ବରିଷ୍ଠ ପାଣିପାଗ ବିଶେଷଜ୍ଞ ସୁଦର୍ଶନ ମିଶ୍ର କହିଛନ୍ତି, ମାର୍ଚ୍ଚ ୩ରେ ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ବଲାଙ୍ଗିର, ସୋନପୁର, ବରଗଡ଼, ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ କୁଆପଥର ମାଡ଼ ହେବାର ଆଶଙ୍କା ରହିଛି।