ଅଗଷ୍ଟ ପହିଲାରୁ ରାଜ୍ୟରେ ଅଧିକ ବର୍ଷା!
ଭୁବନେଶ୍ୱର : ଜୁଲାଇ ୩୧ ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ଅଗଷ୍ଟ ପହିଲାରୁ ରାଜ୍ୟରେ ଭଲ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏତଦ ବ୍ୟତୀତ କୋରାପୁଟ, ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି ଓ ବଲାଙ୍ଗୀର ଜିଲାରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ସୋନପୁର, ରାୟଗଡ଼ା, କନ୍ଧମାଳ ଓ ବୌଦ୍ଧରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।