ଜୁନ୍ ୧ ରୁ ଗଡିବ ୨୦୦ଟି ନନ୍ ଏସି ଟ୍ରେନ୍‌

ନୂଆଦିଲ୍ଲୀ : ଜୁନ ୧ ତାରିଖରୁ ଗଡ଼ିବ ୨୦୦ଟି ନନ୍ ଏସି ଟ୍ରେନ୍ । ଆଉ ସେଥିପାଇଁ ଆଜିିଠାରୁ ଅନଲାଇନରେ ଟିକେଟ ବୁକିଂ ଆରମ୍ଭ ହେବ । ଆଇଆରସିଟିସି ୱେବସାଇଟ୍ ଓ ମୋବାଇଲ୍ ଆପ୍ରେ ଟିକେଟ୍ ବୁକିଂ କରିପାରିବେ ଯାତ୍ରୀ । ଏବେ କେବଳ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଚାଲିଛି । ମେ’ ୩୧ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବା ପରେ ଜୁନ ୧ ଚାଲିବ ୨୦୦ ନନ୍ ଏସି ଟ୍ରେନ୍ । କେଉଁ ଟ୍ରେନ୍ କେଉଁ ରୁଟ୍ରେ ଚଳାଚଳ କରିବ, ଏ ନେଇ ସଂପୂର୍ଣ୍ଣ ତାଲିକା ପ୍ରକାଶ କରିଛି ରେଳବାଇ । ସେଥି ମଧ୍ୟରେ ରହିଛି ମୁମ୍ବାଇରୁ ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ, ପୁରୀ-ନୂଆଦିଲ୍ଲୀ ପୁରୁଷୋତମ ଏକ୍ସପ୍ରେସ, ହାୱଡ଼ା-ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ୍, ସିଆଳଦା – ପୁରୀ ଦୂରନ୍ତ ଏକ୍ସପ୍ରେସ । ଏହାଛଡ଼ା ଆଉ କିଛି ଏକ୍ସପ୍ରେସ ଟ୍ରେନ୍ ମଧ୍ୟ ଓଡ଼ିଶା ଦେଇ ଗତି କରିବ ।

କରୋନା କଟକଣା ଭିତରେ ବନ୍ଦ ରହିଥିବା ଯାତ୍ରୀବାହୀ ବିମାନର ଉଡାଣା ଆସନ୍ତା ମେ ୨୫ରୁ ପୁଣି ଆରମ୍ଭ ହେବ । ସୋମବାରରୁ ଘରୋଇ ବେସାମରିକ ବିମାନ ଚଳାଚଳ ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏନେଇ ସୂଚନା ଦେଇଛନ୍ତି । ଟୁଇଟ୍ କରି କହିଛନ୍ତି, ସମସ୍ତ ବିମାନବନ୍ଦର ଏବଂ ବିମାନ ପରିବହିନକାରୀ ସଂସ୍ଥାଙ୍କୁ ମେ ୨୫ରୁ ବିମାନ ଚଳାଚଳ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଯାତ୍ରୀମାନଙ୍କ ଗତିବିଧି ନିୟନ୍ତ୍ରଣ ପାଇଁ ସମ୍ପୃକ୍ତ ସଂସ୍ଥାଙ୍କୁ ମନ୍ତ୍ରାଳୟ ପକ୍ଷରୁ ପୃଥକ ଭାବରେ ଏସଓପି ପ୍ରଦାନ କରାଯିବ ।

ଏବଂ ସାମାଜିକ ଦୂରତା ନିୟମ ଓ ଅନ୍ୟ କେତେକ ଜରୁରୀ ନିୟମ ମାନେ ବିମାନରେ ଯାତ୍ରୀମାନେ ଯାତ୍ରା କରିବେ । ତେବେ ଘରୋଇ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କିମ୍ବା କେନ୍ଦ୍ରର ନିଷ୍ପତି ନେବାକୁ ହେଲେ ରାଜ୍ୟ ସରକାରଙ୍କ ସହ ପରାମର୍ଶ ନେବାକୁ ପଡିବ ବୋଲି ସେ କହିଛନ୍ତି । କରୋନା ମୁକାବିଲା ପାଇଁ ପ୍ରାୟ ୨ମାସ ହେବ ଯାତ୍ରୀବାହୀ ବିମାନ ଚଳାଚଳକୁ ବନ୍ଦ ରଖାଯାଇଥିଲା । ହେଲେ ଜରୁରୀକାଳିନ ବିମାନ ଉଡାଣ ଚାଲୁ ରହିଥିଲା ।