ମେ’ ୩ଯାଏଁ ଗଡିବନି ଟ୍ରେନ୍

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଲକ୍ ଡାଉନ୍ ର ଅବଧିକୁ ବୃଦ୍ଧି କରି ମେ’ ୩ ଯାଏଁ ଘୋଷଣା କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଅବଧି ବଢ଼ିବା ପରେ ଟ୍ରେନ୍ ସେବା ମଧ୍ୟ ଠପ୍ ହୋଇଯାଇଛି । ଅବଶ୍ୟ ଏପ୍ରିଲ ୨୦ ପରେ କିଛି ସ୍ଥାନରେ ଲକଡାଉନ କୋହଳ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ହେଲେ କଟକଣା କୋହଳ ହେଲେ ମଧ୍ୟ ଲୋକଙ୍କୁ ଟ୍ରେନ ସେବା ମିଳିବ ନାହିଁ।

ଆସନ୍ତା ୩ ତାରିଖ ଯାଏ କୌଣସି ଯାତ୍ରୀବାହୀ ଟ୍ରେନ ଟ୍ରାକରେ ଚଳାଚଳ କରିପାରିବ ବୋଲି ଆଜି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପୂର୍ବରୁ ଏପ୍ରିଲ ୧୪ ମଧ୍ୟରାତ୍ର ପର୍ଯ୍ୟନ୍ତ ଦେଶରେ ସମସ୍ତ ପ୍ରକାରର ଯାତ୍ରୀବାହୀ ଟ୍ରେନ ଚଳାଚଳ ବାତିଲ ହୋଇଥିଲା।

ହେଲେ ଏବେ ଏହି ଅବଧିକୁ ମେ’ ୩ ତାରିଖ ରାତି ୧୨ ଯାଏ ବୃଦ୍ଧି କରାଯାଇଛି। ଯାତ୍ରୀବାହୀ ଟ୍ରେନ ଚଳାଚଳ ବାତିଲ କରାଯାଇଥିଲେ ହେଁ ମାଲବାହୀ ଟ୍ରେନ ଗୁଡ଼ିକ ପୂର୍ବଭଳି ଯାତାୟାତ କରିବ।