କୋରୋନା ଭୟ: ୩୧ ଯାଏଁ ଚାଲିବନି କୌଣସି ଟ୍ରେନ

ଭୁବନେଶ୍ୱର: କୋରୋନାକୁ ନେଇ ଚିନ୍ତିତ ରହିଛି ସାରା ଦେଶ । ଭାଇରସର ମୁକାବିଲା ପାଇଁ ସମସ୍ତ ପ୍ରକାରର ସତର୍କତା ପଦକ୍ଷେପ ଗ୍ରହଣ କରାଯାଉଛି । ସଂକ୍ରମଣ ରୋକିବା ପାଇଁ ରେଳ ବୋର୍ଡ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ଆସନ୍ତା ୩୧ ତାରିଖ ରାତି ୧୨ଟା ଯାଏଁ ଦେଶର ସବୁ ଯାତ୍ରୀବାହୀ ଟ୍ରେନ ବାତିଲ କରିଦିଆଯାଇଛି ।

ସବୁ ଏକ୍ସପ୍ରେସ, ମେଲ୍‌, ପ୍ରିମିଅମ, ଇଂଟରସିଟି ଓ ପାସେଞ୍ଜର ଟ୍ରେନ୍ ବାତିଲକୁ ମାର୍ଚ୍ଚ ୩୧ ରାତି ୧୨ଟା ଯାଏଁ ବାତିଲ କରାଯାଇଛି। ରବିବାର ଭୋର ୪ଟା ପୂର୍ବରୁ ଛାଡ଼ିଥିବା ସବୁ ଟ୍ରେନ୍ ଗନ୍ତବ୍ୟ ସ୍ଥଳ ଯାଏ ଚାଲିବ । ଏହାଛଡା ମାର୍ଚ୍ଚ ୩୧ ଯାଏଁ କେବଳ ମାଲବାହୀ ଟ୍ରେନ୍ ଚଳାଚଳ କରିବା ବୋଲି ବିଭାଗ ନିଷ୍ପତି ନେଇଛି । ଅତି ଜରୁରୀ ହେଲେ ରବିବାର ରାତି ୧୨ଟା ଯାଏଁ କେବଳ ମେଟ୍ରୋ ଟ୍ରେନ୍ ଚାଲିବ । ବାତିଲ ହୋଇଥିବା ସବୁ ଟ୍ରେନ୍‌ର ଟିକେଟ ଅର୍ଥ ସଂପୂର୍ଣ୍ଣ ଭାବେ ଫେରସ୍ତ ହେବ। ଜୁନ୍ ୨୧ ଯାଏଁ ଯାତ୍ରୀମାନେ ଟିକେଟ ଅର୍ଥ ଫେରସ୍ତ ନେଇପାରିବେ ବୋଲି କୁହାଯାଇଛି।