କେନ୍ଦ୍ରର ରେଳ ବଜେଟ ଅନୁଦାନ‌ ନୈରାଶ୍ୟଜନକ : ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ରେଳ ଅନୁଦାନ‌କୁ ନୈରାଶ୍ୟଜନକ କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଓଡ଼ିଶାକୁ ଗୋଟିଏ ବି ନୂଆ ରେଳ ପ୍ରକଳ୍ପ ମିଳିନାହିଁ । ଏଥର ମଧ୍ୟ ରାଜ୍ୟକୁ ରେଳ ଅନୁଦାନ କମ୍ ମିଳିଛି । ଏସମ୍ପର୍କରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, କେନ୍ଦ୍ର ରେଳ ମନ୍ତ୍ରୀ ଦର୍ଶାଇଥିବା ସଂଖ୍ୟା ବି ଠିକ୍ ନୁହେଁ । ଓଡ଼ିଶା ମାଗିଥିଲା ୭ ହଜାର ୨୦୦ କୋଟି ଟଙ୍କା। କିନ୍ତୁ ମାତ୍ର ୪ ହଜାର ୫୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏ ବାବଦରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଶୀତଳାପଲ୍ଲୀ ୱାଗନ୍ କାରଖାନା ପାଇଁ ଅନୁଦାନ ମିଳିନାହିଁ ।

rail budget as disappointing says odisha transport minister