ବ୍ରାଉନସୁଗାର ମାଫିଆ ରାଜାର ବାସଭବନରେ ଚଢାଉ

ବାଲେଶ୍ୱର:ଭୁବନେଶ୍ୱରରୁ ବ୍ରାଉନ ସୁଗାର ମାଫିଆ ରାଜାକୁ ଗିରଫ କରିବା ପରେ ପୋଲିସ ତାହା ବିଷୟରେ ଅଧିକ ଖୋଲତାଡ ଆରମ୍ଭ କରିଛି । ରାଜାର ବାଲେଶ୍ୱର ଘରେ ପୋଲିସ ଚଢାଉ କରିଛି । ଚଢାଉ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ସିସିଟିଭି ପୋଲିସର ହସ୍ତଗତ ହୋଇଛି ।

ଗତ କିଛିଦିନ ରାଜଧାନୀ ଯଦୁପୁର ତଳେ ମୋଷ୍ଟ ୱାଣ୍ଟେଡ଼ ଡ୍ରଗ୍ସ ମାଫ୍ରିଆ ସେକ୍.ରାଜାକୁ ଗିରଫ କରାଯାଇଥିଲା । ପରେ ଅଧିକ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ରାଜର ଚେରକୁ ନେଇ ପୋଲିସ ଚକିତ କଲାଭଳି ସୁରାକ ପାଇଥିଲା  ।  ତାହାର ବିଦେଶୀ ଲିଙ୍କ ଥିବା ଜଣାପଡ଼ିଥିଲା । ରାଜା ବାଲେଶ୍ୱର ଜିଲ୍ଲା ସଦଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାରର ବାସିନ୍ଦା । ଗିରଫ ବେଳେ ରାଜା ଠାରୁ ଏକ ଲକ୍ଷ ଟଙ୍କା, ଏକ ପିସ୍ତଲ ଓ ୧୩୦ଗ୍ରାମ ବ୍ରାଉନସୁଗାର ସହ ୬ଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଥିଲା । କ୍ରାଇମବ୍ରାଞ୍ଚ ଏସଟିଏଫ ଏନେଇ ଖୋଳତାଡ଼ କରିବ ବୋଲି ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ସୂଚନା ଦେଇଥିଲେ ।

ଏହାପରେ ପୋଲିସ ଓ କ୍ରାଇମବ୍ରାଂଚ ତଦନ୍ତକୁ ଆଗକୁ ବଢାଇଥିଲେ । ଆଜି ରାଜାର ବାଲେଶ୍ୱର ବାସଭବନରେ ଚଢାଉ କରାଯାଇଛି । ଏହି ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ହସ୍ତଗତ ହୋଇଛି । ଏପରିକି କିଛି ଜରୁରୀ କାଗଜପତ୍ର ଓ ସିସିଟିଭି ଫୁଟେଜ ଜବତ ହୋଇଛି ।