ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାହୁଲ୍

ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ରାହୁଲ । ଏପ୍ରିଲ ୨୮ରେ ସାଲେପୁରରେ ଜନସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମେ’ ୩ରେ ରାୟଗଡ଼ା ଗସ୍ତରେ ମଧ୍ୟ ଆସିବେ ରାହୁଲ । ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଏନେଇ ସୂଚନା ଦେଇଛନ୍ତି ।