୧ କୋଟି ଟ୍ୱିଟର ଫୋଲଅର୍ସ କ୍ଲବରେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ଟ୍ୱିଟର ଫୋଲଅର୍ସ ୧ କୋଟିରେ ପହଞ୍ଚିଛି। ଏଥିପାଇଁ ସମସ୍ତ ଫୋଲଅର୍ସଙ୍କୁ ଧନ୍ୟବାଦ ଦେଇଛନ୍ତି ରାହୁଲ ଗାନ୍ଧି। ୧ କୋଟି ଫୋଲଅର୍ସରେ ପହଞ୍ଚିବା ପରେ ଏହାର ଖୁସି ଆମେଠି ଲୋକଙ୍କ ସହିତ ମନାଇବେ ବୋଲି ସେ କହିଛନ୍ତି।

ରାହୁଲ ଗାନ୍ଧି ଓ କଂଗ୍ରେସ ଦଳ ୨୦୧୫ ମେ ମାସରେ ଟ୍ୱିଟର ଆକାଉଣ୍ଟ ଖୋଲିଥିବା ଜଣାପଡ଼ିଛି। ତେବେ ଏହାର ବହୁ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରେ ନିଜ ଆକାଉଣ୍ଟ ଖୋଲି ସକ୍ରିୟ ଥିବା ଜଣାପଡ଼ିଛି।

୧ ଫେବୃଆରୀ, ୨୦୦୯ରେ ମୋଦି ଟ୍ୱିଟର ଆକାଉଣ୍ଟ ଖୋଲିଥିଲେ ବୋଲି ଜଣାପଡ଼ିଛି। ଏବେ ତାଙ୍କର ଫୋଲଅର୍ସ ୪୮.୫ ମିଲିୟନରୁ ଅଧିକ ରହିଛନ୍ତି। ଯଦି ରାହୁଲ ଗାନ୍ଧିଙ୍କ ଫୋଲଅର୍ସକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତୁଳନା କରିବା ତାହେଲେ ପାଖାପାଖି ୫ ଗୁଣା କମ୍।