ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର: କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମାର୍ଚ୍ଚ ୫ରେ ଓଡ଼ିଶା ଆସୁଥିବା ନେଇ ତାରିଖ ଧାର୍ଯ୍ୟ ହୋଇଛି । ଏନେଇ ପିସିସି ଗଣମାଧ୍ୟମ ମୁଖ୍ୟ ସତ୍ୟପ୍ରକାଶ ନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମାର୍ଚ୍ଚ ୫ରେ ରାହୁଲ ଓଡ଼ିଶା ଗସ୍ତ କରି ବରଗଡ ଓ ଜୟପୁରରେ ଆୟୋଜିତ ହେବାକୁ ଥିବା ଉଭୟ ଜନସମାବେଶରେ ଯୋଗ ଦେବେ । ରାହୁଲଙ୍କ ଗସ୍ତ କାର୍ଯ୍ୟକ୍ରମ ଆପାତତଃ ଚୂଡ଼ାନ୍ତ ହୋଇଥିବା ସେ କହିଛନ୍ତି । ଏହାପୂର୍ବରୁ ରାହୁଲ ମାର୍ଚ୍ଚ ୨ରେ ଆସିବାର ଖବର ମିଳିଥିଲା ।