ଆଜି ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ତିହାର ଜେଲରେ ପି ଚିଦାମ୍ବରମଙ୍କୁ ଭେଟିବେ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଓ ୱାୟନାଡରୁ ସାଂସଦ ରାହୁଲ ଗାନ୍ଧୀ ଓ ନିଜର ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ର ବୁଧବାର ପୂର୍ବାହ୍ନ ୯ଟାରେ ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଭେଟିବେ । ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ପରେ ପି ଚିଦାମ୍ବରମ ତିହାର ଜେଲରେ ଦିନ କାଟୁଛନ୍ତି ।

ଏହା ର୍ପୂବରୁ କଂଗ୍ରେସ ନେତା ଶଶି ଥରୁର, ମନୀଷ ତିୱାରୀ ଓ କାର୍ତ୍ତି ଚିଦାମ୍ବରମ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ସୋମବାର ଭେଟିଛନ୍ତି । ଚିଦାମ୍ବରମଙ୍କୁ ଭେଟିବା ପରେ ଶଶି ଥରୁର ଟୁଇଟ କରିଥିଲେ ଯେ, ଚିଦାମ୍ବରମ ମଜବୁତ ସ୍ଥିତିରେ ଅଛନ୍ତି । ଶଶି ଥରୁର କହିଥିଲେ ଯେ, ତାଙ୍କର ୯୮ ଦିନର ଜେଲ ଦଣ୍ଡ ହାସ୍ୟସ୍ପଦର ବିଷୟ । ଆସନ୍ତାକାଲି (ମଙ୍ଗଳବାର) ସମ୍ବିଧାନ ଦିବସ କିନ୍ତୁ ଚିଦାମ୍ବରମଙ୍କ ସ୍ୱତନ୍ତ୍ର ଅଧିକାର କାହିଁ । ଏହା ଆମର ଲୋକତନ୍ତ୍ର ବାବଦରେ କ’ଣ ସକେତ ଦେଉଛି?

ପ୍ରାୟ ଏକ ମାସ ପୂର୍ବରୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଚିଦାମ୍ବରମଙ୍କୁ ଭେଟିଥିଲେ । କଂଗ୍ରେସ ପାର୍ଟିର ନେତାଙ୍କ ଦାବି ଯେ, ଚିଦାମ୍ବରମଙ୍କ ଓଜନ ବିଗତ ୩ ମାସ ମଧ୍ୟରେ ୧୦ କିଲୋ ହ୍ରାସ ପାଇଛି । ସେ କିଛି ରୋଗର ସମ୍ମୁଖୀନ ହୋଇଛନ୍ତି ।