ପରିବର୍ତ୍ତନ ସଂକଳ୍ପ ସମାବେଶରେ ବିଜେପି ଓବିଜେଡିକୁ ଟାର୍ଗେଟ କଲେ ରାହୁଲ

ଭୁବନେଶ୍ବର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ରାଉରକେଲାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ସିଧାସଳଖ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଛନ୍ତି। ଦଳୀୟ କାର‌୍ୟ୍ୟକ୍ରମରେ ଯୋଗଦେଇ ରାହୁଲ ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳକୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟର ଚାଷୀଙ୍କର ଉନ୍ନତି ହେବ। ରାହୁଲ କହିଛନ୍ତି ଚୌକିଦାର ଚୋର ଏବଂ ନବୀନ ପଟ୍ଟନାୟକ ରିମୋର୍ଟ କଂଟ୍ରୋଲ। ରାହୁଲ ରାଫେଲ ଦୁର୍ନୀତି ନେଇ ମୋଦିଙ୍କୁ ଟାର୍ଗେଟ କରିଥିବା ବେଳେ ଚିଟଫଣ୍ଡ ଦୁର୍ନୀତି ନେଇ ନବୀନଙ୍କୁ ଟାର୍ଗେଟ କରିଛନ୍ତି।

୧୨ଦିନ ବ୍ୟବଧାନରେ ଦ୍ବିତୀୟ ଥର ପାଇଁ ଓଡ଼ିଶା ଆସିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି  ଭବାନୀପାଟଣାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଖୁବ୍‌ ବର୍ଷିଥିଲେ । ନିଜ ଭାଷଣରେ ବିଜେପି ଓ ବିଜେଡି ଭିତରେ ସଂପର୍କର ଦ୍ବାହି ଦେଇ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ଲୋକଙ୍କୁ ଅପିଲ କରିଥିଲେ । ଠିକ୍‌ ସେମିତି ରାଉରକେଲାରେ କଂଗ୍ରେସର ସଂକଳ୍ପ ସମାବେଶରେ ଯୋଗଦେଇ ଆଦିବାସୀ ମହିଳାଙ୍କ ସହ ପାଦରେ ପାଦ ମିଶାଇ ନାଚିଥିଲେ ରାହୁଲ୍‌ ।

ପ୍ରଥମେ ବନ୍ଦିଲେ ମାଣିକେଶ୍ବରୀଙ୍କୁ …କଲେ ଓଡ଼ିଶାବାସୀଙ୍କୁ ଜୁହାର… ଆଉ ସୁନ୍ଦରଗଡ଼ରେ ଆଦିବାସୀଙ୍କ ଗହଣରେ ନାଚିଲେ । ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧି କଳାହାଣ୍ଡି ଭବନୀପାଟଣା ଏବଂ ରାଉରକେଲା ଏରୋଡ୍ରମ ଫିଲ୍ଜରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ । କଂଗ୍ରେସ ବ୍ରିଗେଡ଼ଙ୍କୁ  ସାଙ୍ଗରେ ନେଇ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଥିଲେ । କେନ୍ଦ୍ରର କିଷାନ୍‌ ଓ ରାଜ୍ୟର କାଳିଆ ଯୋଜନାକୁ ସମାଲୋଚନା କରିବା ସହ କଂଗ୍ରେସ କ୍ଷମତାକୁ ଆସିଲେ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼ ଓ ଧାନ କ୍ବିଣ୍ଟାଲ ପିଚ୍ଛା ୨୬୦୦ ଟଙ୍କା ହେବ ବୋଲି ଦୋହରାଇଥିଲେ । ଆଦିବାସୀଙ୍କ  ଜଳ, ଜମି ଜଙ୍ଗଲ ଅଧିକାର ପାଇଁ କଂଗ୍ରେସ ହିଁ ଲଢ଼େଇ କରୁଛି ବୋଲି କହିଥିଲେ । ନିଜ ଭାଷଣରେ ନିୟମଗିରି ଠାରୁ ଆରମ୍ଭ କରି ମନରେଗା ପର୍ଯ୍ୟନ୍ତ ଗୋଟିକ ପରେ ଗୋଟିଏ ଉଦାହରଣ ଦେଇ ଦକ୍ଷିଣ ଓଡ଼ିଶାବାସୀଙ୍କ ଭରସା ଜିତିବାକୁ ଚେଷ୍ଟା କରିଥିଲେ ରାହୁଲ। ଆଉ ରାଉରକେଲାରେ ବ୍ରାହ୍ମଣୀ ଉପରେ ଦ୍ବିତୀୟ ସେତୁ, ଆଉ ଆଇଜିଏଚ୍‌କୁ ସୁପର ସ୍ପେଶିଆଲିଟି ହସ୍ପିଟାଲ ଭଳି ଇସ୍ୟୁକୁ ନେଇ କେନ୍ଦ୍ରକୁ ନିସାନା ସାଧିବାର ମଉକାକୁ ବି ହାତଛଡ଼ା କରିନଥିଲେ ।

ରାହୁଲ ଗାନ୍ଧିଙ୍କ ଗର୍ଜନ କଂଗ୍ରେସ ନେତାଙ୍କୁ ଯେମିତି ଯୋଶ ଦେଇଥିଲା। ଆଉ ନିରଞ୍ଜନ ଏଣ୍ଡ କୋ ରାଜ୍ୟ ସରକାରଙ୍କୁ ନିଶାନା ସାଧିଥିଲେ। ସେପଟେ ବିରୋଧୀ  କିନ୍ତୁ ରାହୁଲଙ୍କ  ରିମୋଟ ଆଟାକର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।

ଯେଉଁଠି ଦଳୀୟ ବିଧା୍ୟକ ଦଳ ଛାଡ଼ିଛନ୍ତି, ସେଇଠି କଂଗ୍ରେସ ନେତା କର୍ମୀଙ୍କ ଭିତରେ ଜୋସ୍‌ ଭରିବା ଆଉ ସେଠାକାର ଲୋକଙ୍କ ଭିତରେ କଂଗ୍ରେସ ପ୍ରତି ସମର୍ଥନ ଜୁଟାଇବାକୁ  ଭରପୁର ଚେଷ୍ଟା କରିଛନ୍ତି ରାହୁଲ ଗାନ୍ଧି ।