୮ରେ ଜୟପୁର ଆସୁଛନ୍ତି ରାହୁଲ

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସିବା ନେଇ ତାରିଖ ଧାର୍ଯ୍ୟ ହେଉଥିଲେ ମଧ୍ୟ ବାରମ୍ବାର ତାହା ସମ୍ଭବ ହୋଇପାରୁନାହିଁ । ରାହୁଲ ୮ ତାରିଖରେ ବରଗଡ ଆସିବାର କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିଲେ ମଧ୍ୟ ତାହା ହୋଇପାରି ନ ଥିଲା । ମାତ୍ର ଏବେ ସେ ୮ରେ ଜୟପୁର ଆସୁଥିବା ନେଇ ସୂଚନା ମିଳିଛି । ତେବେ ୮ ତାରିଖରେ ରାହୁଲ ଓଡ଼ିଶା ଗସ୍ତ କରୁଥିବା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।