୯ରେ ପୁଣି ଓଡିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ବର : ଏପ୍ରିଲ ୯ରେ ପୁଣି ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଦିଗପହଣ୍ଡିରେ ଆୟୋଜିତ ସମାବେଶରେ ରାହୁଲ ଗାନ୍ଧୀ ଯୋଗ ଦେବେ । ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମାର୍ଚ୍ଚ ୮ ଓ ୧୫ରେ ରାହୁଲ ଗାନ୍ଧୀ ଓଡିଶା ଗସ୍ତରେ ଆସିଥିଲେ । ରାହୁଲ ଗାନ୍ଧୀ ମାର୍ଚ୍ଚ ୮ରେ କୋରାପୁଟ ଜିଲା ଜୟପୁରରେ ମହିଳା ସମାବେଶରେ ଯୋଗ ଦେଇଥିଲେ । ପରେ ମାର୍ଚ୍ଚ ୧୫ରେ ବରଗଡ ସମାବେଶରେ ଯୋଗ ଦେଇଥିଲେ ।