ତେଜସରେ ଉଡାଣ ଭରି ଇତିହାସ ରଚିଲେ ରାଜନାଥ

ବାଙ୍ଗାଲୋର:ବାଙ୍ଗାଲୋରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସକାଳେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଲଢୁଆ ବିମାନ ତେଜସରେ ଉଡାଣ ଭରିଛନ୍ତି । ଏହାସହ ଇତିହାସ ମଧ୍ୟ ରଚିଛନ୍ତି ।  ଏହା ପ୍ରଥମ ଥର ପାଇଁ ହୋଇଛି ଯେ ବାୟୁସେନାରେ ସାମିଲ ହୋଇଥିବା ତେଜସର ଅତିଶୀଘ୍ର ଅପଗ୍ରେଡ୍ ଭର୍ସନ ଆସିଛି । ତେଜସ ହେଉଛି ଭାରତୀୟ ବାୟୁସେନା ୪୫ ତମ ସ୍କ୍ୱାଡ୍ରାନ ଫ୍ଲାଇଂ ଡ୍ରାଗର୍ସଙ୍କ ଏକ ଅଂଶ ବିଶେଷ । ହିନ୍ଦୁସ୍ତାନ ଏରୋନୋଟିକାଲ ଲିମିଟେଡ୍ ଓ ଏରୋନୋଟିକାଲ ଡେଭଲପମେଂଟ୍ ଏହାକୁ ବିକଶିତ କରିଛନ୍ତି । ତେଜସ ପ୍ରଥମେ ଜାନୁଆରୀ ୪, ୨୦୦୧ରେ ଉଡାଣ ଭରିଥିଲା ।

ଦୁଇ ସିଟ ବିଶିଷ୍ଟ ତେଜସ କମ୍ବାଟ ଏୟାରକ୍ରାଫ୍ଟ ରେ ତାମିଲନାଡୁସ୍ଥିତ ସୁଲୁର ଏୟାର ଫୋର୍ସ ଷ୍ଟେସନରୁ ଯାତ୍ରା କରିବେ । ତେଜସକୁ ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ ଓ ଏରୋନେଟିକାଲ୍ସ ଡଭଲପମେଣ୍ଟ ଏଜେନ୍ସି ପ୍ରସ୍ତୁତ କରିଛି ।

୨୦୧୭ ଡିସେମ୍ବରରେ ହାଲକୁ ଆଇଏଫ ଏକ ପ୍ରସ୍ତାବ ଦେଇଥିଲା । ପ୍ରସ୍ତାବରେ ୮୩ଟି ତେଜସ ଏୟାରକ୍ରାଫ୍ଟ ନିର୍ମାଣ କରିବାକୁ କହିଥିଲା । ସୂଚନାଯୋଗ୍ୟ ୮୩ଟି ତେଜସ ଏୟାରକ୍ରାଫ୍ଟରୁ ୧୦ଟିରେ ୨-୨ ସିଟ ରହିଛି । ଭାରତୀୟ ବାୟୁସେନା ପାଇଲଟଙ୍କ ତାଲିମ ପାଇଁ ଏହାକୁ ପ୍ରସ୍ତୁତ କରିଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)ର ଫାଇନାଲ ଅପରେସନ କ୍ଲିୟରାନ୍ସ ଦ୍ୱାରା ଜେଜସ ଫାଇଟର ଜେଟକୁ ୨୦୧୯ ଫେବୃୟାରୀ ୨୧ରେ ମଂଜୁରୀ ମିଳିଥିଲା । ଏହି ଲଢୁଆ ବିମାନକୁ ଚୀନ ଓ ପାକିସ୍ତାନ ମଧ୍ୟ ଭୟ କରିଥାନ୍ତି । କାରଣ ଏହା ଅଧିକ ଶକ୍ତିଶାଳୀ । ମିଗ୍ ୨୧ରେ ଥିବା ୨୧ଟି ଅଭାବକୁ ତେଜସରେ ପୂରଣ କରାଯାଇଛି ।