ଆଇଟମ୍ ସଙ୍ଗରେ ସନ୍ନି

ମୁମ୍ୱାଇ: ପୁଣିଥରେ ସନ୍ନି ଲିୟୋନି ରାଗିନୀ ଏମଏମଏସ୍ ସିରିଜ୍ ରେ ଯୋଡି ହୋଇଯାଇଛନ୍ତି । ଯାହା ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି । ଏହାପୂର୍ବରୁ ଏହି ଫିଲ୍ମର ଏକ ଗୀତର ଟିଜର ସାମ୍ନାକୁ ଆସିଛି । ଯାହାକୁ ଫିଲ୍ମମେକର ଏକତା କପୁର ନିଜ ସୋସିଆଲ ଆକାଉଂଟରେ ସେୟାର କରିଛନ୍ତି । ଏହି ଟିଜରରେ ସନ୍ନି ଲିୟୋନିଙ୍କୁ ହଟ୍ ଲୁକରେ ଦେଖିବାକୁ ମିଳିଛି । ଯାହା ଆଜି ରିଲିଜ୍ ହେବାକୁ ଯାଉଛି । ସୂଚନାଯୋଗ୍ୟ, ରାଗିନୀ ଏମଏମଏସ୍ ୱେବ ସିରିଜ୍ ର ପ୍ରଥମ ଭାଗରେ ସନ୍ନି ଲିୟୋନି “ବେବି ଡଲ୍” ସଙ୍ଗରେ ଡ୍ୟାନ୍ସ କରିଥିଲେ । ଯାହାଦ୍ୱାରା ବେଶ୍ ଚର୍ଚ୍ଚାରେ ଥିଲେ ସନ୍ନି । ଏବେ ଏହାର ୨ୟ ଭାଗ ଖୁବ୍ ଶୀଘ୍ର ପରଦାରେ ଆସିବାକୁ ଯାଉଛି ।